ବିକାଶ ମଞ୍ଚ ମୁରିବାହାଲ ବ୍ଲକ ଓ ସାଇ ଟି ଆଇ ପ୍ରୋଜେକଟ ବଲାଙ୍ଗୀର ପକ୍ଷରୁ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା /ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନ ଠାରେ ବିକାଶ ମଞ୍ଚ ମୁରିବାହାଲ ବ୍ଲକ ଓ ସାଇ ଟି ଆଇ ପ୍ରୋଜେକଟ ବଲାଙ୍ଗୀରର ସହଯୋଗରେ ଏକ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି, ଶିବିର ରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ସମ୍ମାନୀତ ଅତିଥି ଭାବେ ସଂସ୍କାର ଭେଲି ଇଂଲିଶ ମିଡିୟମ ପ୍ରତିଷ୍ଠାତା ସୁବ୍ରତ କୁମାର ମହାକୁର, ଲକ୍ଷ୍ମୀଧର ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ, ସକାଳ ୦୯ ରୁ ଅପରାହ୍ନ ୨ ଟା ଯାଏ ଚାଲିଥିବା ଏହି ଶିବିରର ପେଟ ରୋଗ, ଚର୍ମ ରୋଗ, ସ୍ତ୍ରୀ ରୋଗ ଓ ମେଡ଼ିସିନ ବିଶେଷଜ୍ଞ ଉପସ୍ଥିତ ରହି ରୋଗୀ ମାନ ଙ୍କୁ ମାଗଣା ଚିକିତ୍ସା କରିବା ସହ ପରାମର୍ଶ ଦେଇଥିଲେ ଏହି ଶିବିର ୧୩୦ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିବିରରେ ଚର୍ମ ରୋଗ, ଯୌନ ରୋଗ,ଖୁଜରୀ,HIV, ହେପାଟାଇଟିସ (B)(C), ରକ୍ତର ବିଭିନ୍ନ ପ୍ରରୀକ୍ଷଣ ସହିତ ଅନେକ ପ୍ରକାର ମଧ୍ୟ ନିଶୁଳ୍କ ପରୀକ୍ଷା କରାଯାଇଥିଲା ଏବଂ ଔଷଧ ବିତରଣ କରାଯାଇଥିଲା l ଏହିଶିବିର ରେ ହେପାଟାଇଟିସ (B)(C) Micro -Biologist ସୁବ୍ରତ କୁମାର ସାହୁ, L-T ମାନସ କୁମାର ଦୀପ, project menager ଅରୁଣ କୁମାର ପାଢ଼ୀ, ORW କ୍ରିଷ୍ଣା ମୈକାଣ୍ଡ, counsellor ସୁନିତା କୁମ୍ଭାର, ORW ଅରୁଣ କୁମାର ଜ୍ୟୋତିଶ, ORW ଜୟନ୍ତ ମାଝୀ ଉପସ୍ଥିତ ଥିଲେ I ତେବେ ଏହି ଶିବିରକୁ ସଫଲ କରିବା ପାଇଁ ବିକାଶ ମଞ୍ଚ ମୁରିବାହାଲର ସଭାପତି ଫାଲଗୁନି ହାତୀ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ମନୁ ହଂସ, ସମ୍ପାଦକ ଥବିର ସା,କୋଷାଧକ୍ଷ ହରିଦାସ ତାଣ୍ଡି, ସଦସ୍ୟ ବ୍ରଜେସର ସାହୁ, ବଜରଙ୍ଗ ସାଣ୍ଢ ପ୍ରମୁଖ ଯୋଗ ଦେଇଥିଲେ , ଗ୍ରାମାଞ୍ଚଳ ରେ ହେଇଥିବା ଏହି ସ୍ବାସ୍ଥ୍ୟ ଶିବିର ପାଇଁ ଅଞ୍ଚଳବାସୀ ଅନେକ ସମୟରେ ନିରୀହ ଅସହାୟ ମାନଙ୍କୁ ସାହାଯ୍ୟ କରିଆସୁଥିବା ବିକାଶ ମଞ୍ଚ ମୁରିବାହାଲ ବ୍ଲକ ର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.