୫୮୬ କିଲୋ ଗଂଜେଇ ସହ ବୋଲେରୋ ପିକଅପ୍ ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ କାଶୀପୁର (ପଦ୍ମନ ଭତ୍ରା): ଗଂଜେଇ ଚୋରା ଚାଳାଣ ବିରୋଧରେ ଚାଲୁଥିବା ଅଭିଯାନର ଅନୁସରଣରେ କାଶୀପୁର ପୁଲିସକୁ ମିଳିଛି ବଡ଼ ସଫଳତା | କାଶୀପୁର ପୁଲିସ ଖୁରିଗାଁ ଛକ ଠାରେ ବୋଲେରୋ ପିକଅପ୍ ଭ୍ୟାନ୍ ରେ ପରିବହନ ସମୟରେ ୫୮୬ କିଲୋଗ୍ରାମ ଅବୈଧ ଗଂଜେଇ ସହିତ ଗୋଟିଏ ବୋଲେରୋ ପିକଅପ୍ ଭ୍ୟାନ୍ ଜବତ କରିଛନ୍ତି | ଏଥି ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତକୁ କାଶୀପୁର ଥାନା କେସ୍ ନଂ ୫୯/୨୬ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.