ଧର୍ମଗଡ଼ ସାହିତ୍ୟ ସଂସଦର ନାମ ପରିବର୍ତ୍ତନ, କାର୍ଯ୍ୟନିର୍ବାହୀ ସମିତି ପୁନର୍ଗଠିତ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ବରିଷ୍ଠ ସାହିତ୍ୟିକ ପ୍ରଫେସର ସତ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଧର୍ମଗଡ଼ ସାହିତ୍ୟ ସଂସଦର ଏକ ଅନୌପଚାରିକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ସଂଗଠନର କାର୍ଯ୍ୟନିର୍ବାହୀ ସମିତିର ପୁନର୍ଗଠନ କରାଯାଇଛି। ସଦସ୍ୟମାନେ ସଂସଦର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଆଗାମୀ ମହାବିଷୁବ ସଂକ୍ରାନ୍ତି ଅବସରରେ ସାହିତ୍ୟ ମହୋତ୍ସବ ଆୟୋଜନ କରିବାକୁ ନିକଟ ଭବିଷ୍ୟତରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଦସ୍ୟମାନେ ସର୍ବସମ୍ମତିକ୍ରମେ ସଂଗଠନର ବର୍ତ୍ତମାନ ନାମ “ଧର୍ମଗଡ଼ ସାହିତ୍ୟ ସଂସଦ” କୁ ପରିବର୍ତ୍ତନ କରି “ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ” କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଆଗାମୀ ସମୟରୁ ସଂଗଠନ ଏହି ନୂତନ ନାମରେ କାର୍ଯ୍ୟ କରିବ। ଉକ୍ତ ବୈଠକରେ ସଂସଦର ଉପଦେଷ୍ଟା, ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କୁ ଚୟନ କରାଯାଇ କାର୍ଯ୍ୟନିର୍ବାହୀ ସମିତିକୁ ପୁନର୍ଗଠନ କରାଯାଇଥିଲା। ଏହି ବୈଠକରେ ଲିଙ୍ଗରାଜ ପାତ୍ର, ବଙ୍କିମ ଚନ୍ଦ୍ର ମୁଣ୍ଡ, ରାଜେଶ କୁମାର ମୁଣ୍ଡ, ସଂଜିବ କୁମାର ମୁଣ୍ଡ, ଶାନ୍ତନୁ କୁମାର ପରିଡ଼ା, ମୋହନ ଚରଣ ବିଷି, ସ୍ୱାବିତ ପାତ୍ର, ଅର୍ଜୁନ ଗୋପାଳ, ରାଜେନ୍ଦ୍ର ଦୁରିଆ, ପ୍ରିୟରଞ୍ଜନ ମୁଣ୍ଡ ଓ ଚନ୍ଦନ ପାତ୍ର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.