ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମରେ ଜନଶିକ୍ଷା ସଂସ୍ଥାନ କଳାହାଣ୍ଡି ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ଆନୁକୁଲ୍ୟରେ “ଆନ୍ତର୍ଜାତିକ ମହିଳା ଦିବସ” ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୋଡାଲ ଉଚ୍ଚ ବିଦ୍ୟାଳୟ ନର୍ଲାର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ସୁନାମୁଦି, ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପୂର୍ବତନ ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସରିଆଁର କମ୍ୟୁନିଟି ସ୍ବାସ୍ଥ୍ୟ ଅଧିକାରିଣୀ ରୋଜି ପ୍ରଧାନ, ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡିର ପ୍ରୋଗ୍ରାମ ଅଧିକାରୀ କ୍ଷୀରମଣି କୁମ୍ଭାର ଓ କ୍ଲବ୍ ସଭାପତି ଦୁର୍ବାଦଳ ଭୋଇ ପ୍ରମୁଖ ସଭାରେ ଉପସ୍ଥିତ ରହି ଗ୍ରାମର ମହିଳା ମାନେ କିପରି ଆତ୍ମ ନିର୍ଭର ହେବେ ସେ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅଚ୍ୟୁତାନନ୍ଦ ଭୋଇ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡିର ଟ୍ରେନର ଅମ୍ବିକା ଧଙ୍ଗଡା ମାଝୀ, ମୁନି ଗୌଡ, ମୋହିନୀ ନାୟକ ତିନିଜଣ ତାଙ୍କର ଅଭିଜ୍ଞତା ଉପରେ ବକ୍ତବ୍ୟ ଦେଇଥିଲେ। ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର, ସମ୍ପାଦକ ମିଲନ କୁମାର ଭୋଇ, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସା, ସଦସ୍ୟ ପ୍ରତ୍ୟୁଷ କୁମାର ଭୋଇ, ଶିଶିର କୁମାର ଭୋଇ ଓ ସମସ୍ତ ସଦସ୍ୟ ସଦସ୍ୟା ଏବଂ ଗ୍ରାମର ଆଶାକର୍ମୀ, ଅଙ୍ଗନୱାଡ଼ି ତଥା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




