ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଦନପୁର ରାମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଓ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ପ୍ରାଧିକରଣ ସହାୟତା ରେ ସ୍ଥାନୀୟ କୋର୍ଟ ସମ୍ମିଳନୀ ଗୃହ ରେ ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀପ୍ତି ରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତା ରେ “ଆନ୍ତର୍ଜାତିକ ମହିଳା ଦିବସ” ଓ “ଆଇନ ସଚେତନତା କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବରେ ମ.ରାମପୁର ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ମ.ରାମପୁର ଥାନା ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ , ବାର ଆସୋସିଏସନ ବରିଷ୍ଠ ସଦସ୍ୟ ଆଇନଜୀବି ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ସମାଜ ରେ ମହିଳାଙ୍କ ଅଧିକାର ଓ ଦାୟୀତ୍ୱ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବରିଷ୍ଠ ଆଇନଜିବୀ ଯତୀନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସେଠୀ ମହିଳା ଦିବସ ପାଳନ ର ତାତ୍ପର୍ଯ୍ୟ ଓ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଥାନାଧିକାରୀ ଶ୍ରୀ ପ୍ରଧାନ ମିହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ପୋଲିସ ର ଦାୟିତ୍ଵ ଓ ଭୂମିକା ବିଷୟ ରେ ଅବଗତ କରିଥିଲେ। ବିଚାରପତି ଶ୍ରୀ ଦାସ ବିଶେଷ କରି ମହିଳା ମାନଙ୍କ ସମ୍ପତ୍ତିଗତ ଅଧିକାର ଏବଂ ମହିଳା ସୁରକ୍ଷା ଆଇନ ବିଷୟ ରେ ଅବଗତ କରାଇବା ସହିତ ସଚେତନ କରେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବୀ ଅଶ୍ୱିନୀ କୁମାର ପଣ୍ଡା, ସତ୍ୟଜିତ ଚାଟାର୍ଜୀ, ସତ୍ୟ ନାରାୟଣ ସାହୁ ଓ ଯତୀନ କୁମାର ସାହୁ ମହିଳା ଦିବସ ପାଳନ ର ଉଦ୍ଦେଶ୍ୟ ଓ ମହିଳା ମାନଙ୍କ ପାଇଁ ବିଭିନ୍ନ ଆଇନ ବିଷୟ ରେ ଆଲୋକପାତ କରିଥିଲେ। ବୁରାଟ, ତଳସାଗର ପଡା ଏବଂ ରାମପୁର ରୁ ୫୦ ରୁ ଉର୍ଦ୍ଧ୍ବ ସ୍ଵୟଂ ସହାୟକ ଗୋଷ୍ଠୀ ର କର୍ମ କର୍ତ୍ତା ଓ ସଦସ୍ୟ ଯୋଗ ଦେଇ ନିଜ ନିଜ ସମସ୍ୟା ଓ ନିଜ ଅଞ୍ଚଳ ର ଅସୁବିଧା ଜଣାଇଥିଲେ। ଆଇନଜୀବୀ ପ୍ରକାଶ ଚନ୍ଦ୍ର ସାହୁ ଓ କୋର୍ଟ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ତାଲୁକ ଆଇନ ସେବା ସମିତି ତରଫରୁ ତରୁଣ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।




