ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେବା ଜଗତ ପକ୍ଷ ରୁ ସେଲକୋ ଫାଉଣ୍ଡେସନ ଓ ଓଡିଶା ମିଲେଟ ମିଶନ ସହଯୋଗ ରେ ଏକ କ୍ଷୁଦ୍ର୍ୟ ଶସ୍ୟ ଆଧାରିତ ଖାଦ୍ୟ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମହିଳା ଫେଡେରେସନ ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ମହିଳା ଚାଷୀ, ଉଦ୍ୟମୀ ଓ ସଂଗଠନ ର କର୍ମୀ ସକ୍ରିୟ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଅନ୍ନୟନ ଅଧିକାରୀ ଶରତ କୁମାର ସେଠି, ସମ୍ମାନୀୟ ଅତିଥି ଭାବରେ ମ. ରାମପୁର ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନୀ, ଆଇ. ସି. ଡ଼ି. ଏସ ସୁପର ଭାଇଜର ଶର୍ମିଲା ବେହେରା, ମିଶନ ଶକ୍ତି ସଂଯୋଜକ ବିପିନ କୁମାର ବାରିକ, ସି. ଆର. ସି ଲାଲୁ ରଣା, ସମିତି ସଭ୍ୟା ରାଜ କୁମାରୀ ସୁନା ଓ ସେବା ଜଗତ ର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରଦର୍ଶନୀ ସମୟରେ କ୍ଷୁଦ୍ର୍ୟ ଶସ୍ୟ ଦ୍ଵାରା ତିଆରି ବିସ୍କୁଟ ଲଡ଼ୁ, ଉପମା, ନମକିନ, ପକୁଡି, ବିଭିନ୍ନ ମିଠା ପିଠା ଇତ୍ୟାଦି ମିଶି ମୋଟ ୧୮୦ ପ୍ରକାର ର ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ମାଧ୍ୟମରେ ମିଲେଟ ର ପୋଷଣ ମୂଲ୍ୟ, ସ୍ଵାସ୍ତ୍ୟ ପାଇଁ ଏହାର ଉପକାରିତା ଓ ମହିଳା ମାନଙ୍କ ପାଇଁ ଜୀବିକା ଉନ୍ନୟନ ଓ ଉଦ୍ୟାମିତା ସୃଷ୍ଟି ର ସୁଯୋଗ ବିଷୟରେ ସଚେତନତା ସୃଷ୍ଟି ସହିତ ବିଭିନ୍ନ କ୍ଷେତ୍ରରେ ମହିଳା ମାନକ ଅଧିକାର ଓ ନେତୃତ୍ୱ ବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଶେଷ ରେ ଅଂଶ ଗ୍ରହଣ କାରି ମାନେ ନିଜ ଅନୁଭବ ସେୟାର କରିଥିଲେ। କାର୍ଯ୍ୟକ୍ରମ ରେ ସେବା ଜଗତ ଅନୁଷ୍ଠାନ ର ରୋଶନାରା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ସୁନିତା ତାଣ୍ଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।




