ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟ ର ୪୭ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଅଧ୍ଯକ୍ଷ ଡ଼ଃ ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ରମେଶ ଚନ୍ଦ୍ର ସେନାପତି ପ୍ରାରମ୍ଭିକ ଭାଷଣ ସହ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ ଓ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ | ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ର ମେନେଜ ମେଣ୍ଟ କମିଟି ସଭାପତି ତଥା ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳଯୋଗଦେଇ ଦେଶର ବିକାଶରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ବପୂର୍ଣ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ
ଅଜୟ କୁମାର ତ୍ରିପାଠୀ ଯୋଗଦେଇ ନିଜର ଭବିଷ୍ୟତ ଉଜ୍ଜ୍ବଳହେଲେ ପୃଥିବୀ ଉଜ୍ଜ୍ବଳହେବ, ଏଣୁ ପଥଭ୍ରଷ୍ଟ ନହୋଇ ନିଜେନିଜର ଭବିଷ୍ୟତ ଗଢି ତୋଳିବା ଏବଂ ପିତା ମାତାଙ୍କ ସେବା କରିବା ଲାଗି ପରାମର୍ଶ ଦେଇ ଚରିତ୍ରବାନ ହେବା ଲାଗି କହି ଜାତୀୟ ଶିକ୍ଷାନୀତିର ମହତ୍ତ୍ବ
ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ଯକ୍ଷ ଅରବିନ୍ଦ ପଣ୍ଡା, ଅଧ୍ୟାପକ ଡ. ରମେଶ ଚନ୍ଦ୍ରସେନାପତି, ସୁଶାନ୍ତ କୁମାର ସାହୁ, ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ
ପାତ୍ର, ଡ. ନମ୍ରତା ମିଶ୍ର, ମିନାକ୍ଷୀ ଦାଶ, ମୋନାଲିସା ଯୋଗଦେଇଥିଲେ। ଅଧକ୍ଷ ବାର୍ଷିକ ବିବରଣୀ ପାଠ କରିବା ସହ କଲେଜ ର ଅଭାବ ଅସୁବିଧା ଉପରେ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଏହି ଅବସରରେ କଲେଜର ପ୍ରାଣୀ ବିଜ୍ଞାନ ର ପୁରାତନଛାତ୍ରୀ ଆଇ.ଶାଳିନୀ ଓଡିଶା ପ୍ରଶାସନିକ ସେବା ରେ ଉତୀର୍ଣ୍ଣ ହୋଇ କଟକ ଠାରେ ସବ ରେଜିଷ୍ଟର ଭାବେ କାର୍ଯ୍ୟ ରତ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଏହାସହ କୃତୀଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଷ୍ଟାଫ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ |




