ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଳକ ଅନ୍ତର୍ଗତ ମାଟିଆ ପଞ୍ଚାୟତ ସ୍ଥିତ ଗୋପାଳପୁର ମାଁ ଦ୍ୱାରସେନି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୧ତାରିଖରୁ ଚାଲୁଥିବା କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଛି। ଫାଇନାଲ ଖେଳ କାନ୍ଦୁଲଝର ଏବଂ ଦିଗସରା ମଧ୍ୟରେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଦିଗଶିରା ୨୯ ରନରେ ବିଜୟୀ ହୋଇ ଚମ୍ପିଅନ ହୋଇଥିଲା। ଏହି ମ୍ୟାଚରେ ଅତିଥିଭାବେ ପପୁ ସାହୁ, ରଞ୍ଜିତ ସରାଫ, ଜଳନ୍ଧର ବାଗ ପ୍ରମୁଖଙ୍କ ସମେତ କମିଟି ସଭାପତି ଦେବର୍ଶୀ ବାଗ, ଉପସଭାପତି ପ୍ରବୀଣ ବଗର୍ତ୍ତୀ, କୋଷାଧ୍ୟକ୍ଷ ପରମେଶ୍ୱର ବଚ୍ଛା, ତେଜ ସରାଫ, ବୁଲୁବାଗ, ଗରୁଡ଼ ବାଗ, ଅଶୋକ ବାଗ, ଧର୍ମେନ୍ଦ୍ର ମାଝୀ, ସମୀର ବଗର୍ତ୍ତୀ, ପପୁ ବଗର୍ତ୍ତୀ,ଭଗତ ବାଗ, ରାହୁଲ ବାଗ, ଏସକୁମାର ବଗର୍ତ୍ତୀ, ସୁଗ୍ରୀ ବଗର୍ତ୍ତୀ, ବିକାଶ ସରାଫ, ବିନୋଦ ବଗର୍ତ୍ତୀ, ଦୀପକ ବଗର୍ତ୍ତୀ, ଚୁଳଚନ୍ଦ୍ର ବଗର୍ତ୍ତୀ, ଗୁପ୍ତେ ପୋଡ଼, ପୁନମ ବାଗ, ଦିଲପେଶ ବଗର୍ତ୍ତୀ, ଜସ୍ମିନ ସାହୁ, ଲିମେ ସାହୁ, ମହେନ୍ଦ୍ର ବଗର୍ତ୍ତୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଖେଳ ପରିଚାଳନା ଅଜୁ ସାହୁ ଏବଂ ସୁଶାନ୍ତ ସାହୁ କରିଥିବା ବେଳେ ମାୟାଧର ତାଣ୍ଡି ଧାରାବିବରଣୀ ପ୍ରଦାନ କରିଥିଲେ।




