ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ହିନ୍ଦୁ ସମାଜ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସାମାଜିକ ସଦଭାବନା ସଭା ଅନୁଷ୍ଠିତ ହୋଇଯାଇଛି | ସାମାଜିକ କର୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ଘନଶ୍ୟାମ ପଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ହିନ୍ଦୁ ସଂସ୍କୃତି ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ବିଶ୍ୱର ନେତୃତ୍ୱ ନେବାର ଶକ୍ତି ରଖେ ବୋଲି କହିଥିଲେ | ଆଇନଜୀବୀ ପ୍ରୀତିସାଗର ମହାନନ୍ଦ, ଶିକ୍ଷାବିତ ପ୍ରମୋଦ ବୁଡ଼େକ, ବିନୋଦ ନାଗ ପ୍ରମୁଖ ଅନ୍ୟତମ ବକ୍ତା ରହିଥିଲେ | ଆରଏସଏସର ଜିଲ୍ଲା ପ୍ରଚାରକ ଆଲୋକ ପଟେଲ ମଞ୍ଚ ପରିଚାଳନା କରିଥିଲେ | ଶେଷରେ ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ | ବ୍ଲକ ଅଞ୍ଚଳର ମଧୁସୂଦନ ବରିହା, ନିଧି ରଣା, ପଞ୍ଚୁ ଚିନ୍ଦା, ବିନୟ ଭୋଇ, କୈଳାସ ବେହେରା ପ୍ରମୁଖଙ୍କ ସମେତ ୨୪ଟି ଜାତିର ଶତାଧିକ ମୁଖିଆ ଉପସ୍ଥିତ ରହିଥିଲେ |




