ଶୁଭ୍ରାଙ୍ଗୀ ପ୍ରିୟବାଦିନୀଙ୍କ କବିତା: ସମର୍ପଣ ଭାବ

ତୁମେ ଭାବର ଠାକୁର
ଭାବରେ ଚେତନାରେ
ତୁମକୁ ପାଇବାରେ
ମନୁଷ୍ୟ ହୁଏ ସଫଳ
ତୁମ ଚାହଁ ନିଷ୍କପଟ, ସ୍ବଚ୍ଛରେ
ରହିବାକୁ ବାରମ୍ବାର
ତୁମେ ହିଁ ଜଣେଇଛ ଖୁସି ଏବଂ
ଆନନ୍ଦ ଭିତରର ସମ୍ପର୍କର ଡୋର
ସମସ୍ତଙ୍କ ଆଶା ପାଇବାକୁ
ମାଆଙ୍କ କୋଳରେ ସ୍ଥାନ,
ଯେଉଁଠି ଜଣେ ମନେ କରେ
ସୁରକ୍ଷିତ ସଞ୍ଚାଳନ
ଦିବ୍ୟଚ଼େତନାର ଆବିର୍ଭାବ ଆଶ୍ରିତ
ଉନ୍ନେଳନ ପାଇଁ ହୋଇଥାଉ ସତେ ଚ଼େଷ୍ଟିତ
ସେହି ଦିବ୍ୟାଲୋକରେ ସ୍ପର୍ଶ
ପାଇଁ ଆମର ଅନ୍ତରଆତ୍ମା ଉଦ୍ୟତ
ହେଲେ କରୁଣାମୟୀ କୃପା
ଦିବ୍ୟସାନିଧ୍ୟ ପାଇଁ ହୃଦୟ ରଖିବାକୁ ଦେବ
ଯେଉଁଠି କେନ୍ଦ୍ରିତ ହୁଏ ଚ଼େତନାର ସଭା
ପାଇବାକୁ ହେଲେ ଏହି ସାନିଧ୍ୟର ଧାରା
ଜାରି ରଖିବାକୁ ହେବ
ଆମ ଜପ, ତପ ଓ ନିରବତା ର
ସ୍ରୋତ ଅବିଚ୍ଛିନ୍ନପର
ସମୟକ୍ରମେ ଧୈର୍ଯ୍ୟ ରହିଲେ
କରୁଣାମୟୀ କରୁଣା ବାରିଧିର
ଇନ୍ଦ୍ର ଜାଗରଣ ତାଙ୍କ ସହିତେ
ବିଶ୍ବାସକୁ ନ କରି ଭଙ୍ଗ
ମନ ପ୍ରାଣ ଶରୀରେ ଏକାଗ୍ର ଚିତ୍ତରେ
ମାଆ ନାମ ଭାବୁଥିବା ମିଳେ
ଉଚିତ ସମୟ ଯୋଗବଳେ
ମାଆ ଅନ୍ତରରେ ଦିବ୍ୟଚ଼େତନାକୁ
କରିବେ ପ୍ରଜ୍ଜ୍ଵଳିତ
ସେଥିପାଇଁ ନିରନ୍ତର ଯୋଗ ପ୍ରାର୍ଥନା
କରିବ ସାହାର୍ଯ୍ୟ ନିତ୍ୟାନ୍ତ।

ଶୁଭ୍ରାଙ୍ଗୀ ପ୍ରିୟବାଦିନୀ

ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଏମ୍.ଇଡ଼ି
ପ୍ରାକ୍ତନ ସ୍ବତନ୍ତ୍ର ଶିକ୍ଷୟିତ୍ରୀ, କେନ୍ଦ୍ରୀୟ ବିଦ୍ୟାଳୟ ୨, ସିଆରପିଏଫ, ଭୁବନେଶ୍ବର
ମୋବାଇଲ ନଂ: ୭୦୦୮୧୦୯୯୮୦

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.