ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ଗୀତାଞ୍ଜଳି ନାଏକ। ସଚିବ ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପୁର ସ୍ଥିତ ପ୍ରଧାନୀପଡ଼ା ଏବଂ କଳାକୂପା ଯାଇ ଆଦିବାସୀ ମାନଙ୍କ ଜନମନ ଯୋଜନାରେ ତିଆରି ଘର ଗୁଡିକୁ ଦେଖିଥିଲେ।

ସେଠାରୁ ସେ ଦୁର୍ଗମ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଓ କୁନାକାଡୁ ଗ୍ରାମକୁ ଯାଇ ସେଠାରେ ଜନମନ ଯୋଜନାରେ ତିଆରି ହୋଇଥିବା ଘରଗୁଡ଼ିକ ଦେଖି ଶୀଘ୍ର ଘର ଗୁଡିକ କାମ ସାରିବା ପାଇଁ କହିଥିଲେ ଏବଂ ଗ୍ରାମବାସୀଙ୍କ ସହିତ ମିଶି ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ।

ଏହି ଗସ୍ତରେ ସଚିବଙ୍କ ସହିତ ଗ୍ରାମୀଣ ଗୃହ ବିଭାଗ ପ୍ରକଳ୍ପ ପରିଚାଳକ ଅମୁଲ୍ୟ ବାଉଲ, ଗ୍ରାମୀଣ ଗୃହ ବିଭାଗ ଜିଲ୍ଲା ପ୍ରକଳ୍ପ ସଂଯୋଜକ ତ୍ରିଲୋଚନ ବାରିକ, ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର , ତ୍ରିଲୋଚନପୁର ପଞ୍ଚାୟତ ପିଇଓ ତାପସ ସାହୁ, ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ସୋନାଲି ମାଝୀ, କନିଷ୍ଠ ଯନ୍ତ୍ରୀ କାହ୍ନୁ ଚରଣ ଟୁଡୁ, ଏଡିଇଓ ବସନ୍ତ ସା ପ୍ରମୁଖ ଉପସ୍ଥିତ ଥିଲେ।




