କବିତା: ପ୍ରଭାତ ପ୍ରଣତି

ଜୟ ଜୟ ଜଗନ୍ନାଥ ହେ
ଜୟ ଦାରୁ ମୂରତି l
ଶୁଭ ପ୍ରଭାତରେ ଜଣାଏ
ଘେନ ଦୀନ ପ୍ରଣତି ll
କି କହିବି କ୍ଷମାମୟ ହେ
ତୁମ୍ଭ ଗୁଣ ଗାରିମା l
କେତେ ଅପରାଧ ମୋହର
ପ୍ରଭୁ କରିଛ କ୍ଷମା ll
ମାଗିବା ପୂର୍ବରୁ ପ୍ରଭୁହେ
ସବୁ ଯାଚି ଦେଇଛ l
ମାଗିବାକୁ କିଛି ନାହିଁ ମୋ
ଆଉ ମନରେ ପାଞ୍ଚ ll
ଲୋଡ଼ା ନାହିଁ ମୋର ପ୍ରଭୁହେ
ଧନ ଯଶ ବୈଭବ l
ଗୋପ, ଲକ୍ଷ୍ମୀ, ଆୟୁ, ଦେଇଛ
ପ୍ରଭୁ ମାନ ଗୌରବ ll
ଅଭିଳାଷ ମୋର ଏତିକି
ଆହେ ଜଗଜ୍ଜୀବନ l
ଚର୍ମ ଚକ୍ଷୁ ମୋର ସର୍ବଦା
କରୁ ତୁମ୍ଭ ଦର୍ଶନ ll
କର୍ଣ୍ଣ ଶୁଣୁ ତୁମ୍ଭ ମହିମା
ତବ ପୁଣ୍ୟ ପୁରାଣ l
ନାସା କରୁ ତୁମ୍ଭ ତୁଳସୀ
ଛଡ଼ା ଫୁଲ ଆଘ୍ରାଣ ll
ତୁମ୍ଭ ପଦ୍ମପାଦ ସେବାରେ
ଲାଗୁ ମୋ ବେନି କର l
ଉଚ୍ଚାରୁ ରସନା ସର୍ବଦା
ପ୍ରଭୁ ନାମ ତୋହର ll
ତୁମ୍ଭ ଦରଶନେ ଲାଳସା
ସଦା ଥାଉ ମୋହର l
ବାସ କର ଆଦିକନ୍ଦ ହେ
ମୋର ହୃଦ କନ୍ଦର ll
ଅକିଞ୍ଚନେ ଭିକ୍ଷା ଏତିକି
ଆହେ କୃପା ସରିତ l
ଭିକ୍ଷା ମୁଁ ମାଗିବି କାହାକୁ
ଥାଉଁ ଶ୍ରୀଜଗନ୍ନାଥ ll
କରୁଣା ସରିତ ପ୍ରଭୋ ହେ
ଜଗତର ଠାକୁର l
କରୁଣା ସରୀତୁ ଲାଳସା
ପ୍ରଭୁ ବିନ୍ଦୁ ମାତର ll
ମାନନୀୟ ମହାମାନ୍ୟଙ୍କୁ
ଆଜ ଏହି ଗୁହାରୀ l
ଶରଣ ପଶିଲି ଚରଣେ
ପ୍ରଭୁ ବିଶ୍ଵ ବିହାରୀ ll

ଅର୍ଜୁନୀ ଚରଣ ବେହେରା
ମୋ-୭୬୯୩୦୯୧୯୭୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.