ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, କଳାହାଣ୍ଡି ଓ କଳାହାଣ୍ଡି ବରିଷ୍ଟ ନାଗରିକ ସଂଘ ମିଳିତ ଭାବରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା। ସୁଶ୍ରୀ ସବିତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଟିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଶ୍ରୀମତି ନିବେଦିତା ନାଥ, ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର କୁଳପତି ସମ୍ମାନୀୟ ଅତିଥି ଭାବରେ ଡ଼ା. ହେମାଙ୍ଗିନୀ ମେହେର , ଶ୍ରୀମତୀ କଳ୍ପନା ରଥ , ଶ୍ରୀମତୀ ବଳବିର କୌର, ଶ୍ରୀ ମତି ସ୍ୱର୍ଣାଲତା ମହାନ୍ତି ଶ୍ରୀମତୀ ସବିତା ଶତପଥି ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ରଖି ଥିଲେ। ଏହି ଅବସରରେ ଶ୍ରୀମତୀ ରାଜେଶ୍ୱରି ବେହେରା, ଶ୍ରୀ ମତି ବନଲତା ପଟନାୟକ , ଶ୍ରୀମତି ଶକୁନ୍ତଳା ମିଶ୍ର, ଶ୍ରୀ ମତି ପ୍ରଭାସିନୀ ସାହୁ, ଶ୍ରୀମତୀ ଚଞ୍ଚଳା ଦେଇ, ଶ୍ରୀମତୀ ଶାନ୍ତି ଦେଇ ଙ୍କୁ ସମ୍ମାନୀତ କରାଯାଇଥିଲା। ନାରୀ ସୃଷ୍ଟିର ଏକ ଅଦ୍ଭୁତ ଅଧ୍ୟାୟ। ସେ ମା ରୁପେ ସ୍ନେହ ର ଅମୂତ ଧାରା, ଭଉଣୀ ରୁପେ ଆଦର ର ସ୍ପର୍ଶ ଓ ସହଧର୍ମିଣୀ ରୁପେ ଜୀବନ ର ସାଥୀ ହୋଇ ସମସ୍ତ ଙ୍କ ଜୀବନକୁ ସୁସଜ୍ଜିତ କରନ୍ତି ନାରୀ କେବଳ ଏକ ପରିବାରର ନୁହେଁ, ସମାଜର ସଂସ୍କୃତି ଓ ସଭ୍ୟତା ର ମୁଲଭିତ୍ତି। ଶିକ୍ଷା, ବିଜ୍ଞାନ, ସାହିତ୍ୟ, କଳା, ପ୍ରଶାସନ, ସୈନିକ ଓ ସମାଜ ସେବାରେ ପ୍ରତ୍ୟେକ କ୍ଷେତ୍ରରେ ସେ ନିଜର ଦାୟୀତ୍ଵ ତୁଲାଇ ପାରୁଛନ୍ତି। ଏହା ପରେ ଏକ କବିତା ଆସର ହୋଇ ଥିଲା। କାର୍ଯ୍ୟ କର୍ମ କୁ ସାଫଲ୍ୟ କରିବାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଶରତ ନାୟକ, ବରିଷ୍ଟ ନାଗରିକ ସଂଘ ସଭାପତି ବିଜୟ ହୋତା, ସଂପାଦକ ଗିରିଜା ବାବୁ,ନିରଞ୍ଜନ ପଣ୍ଡା ଆଦି ସଂଘ ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ।





