ସରିଆଁରେ ନିଶା ନିବାରଣ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ଗ୍ରାମରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କଳାହାଣ୍ଡି ଅନୁକୁଲ୍ୟରେ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଳିତ ସହଯୋଗରେ ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସଦସ୍ୟା, ସଦସ୍ୟ ମାନେ ହାତର ପ୍ଲା କାର୍ଡ ଧରି, ନାରା ଦେଇ ଏକ ଭବ୍ୟ ସଚେତନ ରାଲିରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ଅନୁଷ୍ଠାନର ସଭାଗୃହରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନ ଶିକ୍ଷକ ଗଙ୍ଗା ନାରାୟଣ ଦାସ, ଏବଂ ସମ୍ମାନୀତ ଅତିଥି ଭାବରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ରୋଜି ପଧାନ ପ୍ରମୁଖ ସଭାରେ ଉପସ୍ଥିତ ରହି ଗ୍ରାମର ଜନସାଧାରଣ ଗୋଷ୍ଠୀ ରହି କିପରି ସମାଜରେ ନାଗରିକ ମାନେ କିପରି ନିଶାମୁକ୍ତ ହେବେ ସେ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅଚ୍ୟୁତାନନ୍ଦ ଭୋଇ ପରିଚାଳନା କରିଥିବା ବେଳେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର, ସଭାପତି ଦୁର୍ବାଦଲ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସା, ସଦସ୍ୟ ପ୍ରତ୍ୟୁଷ କୁମାର ଭୋଇ, ଅସୀମ ଭୋଇ ସାହିଲ ଭୋଇ ଶିଶିର କୁମାର ଭୋଇଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.