ବିକାଶ ଅନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନର ୱିସଡମ୍ ପାର୍କ ପରିସରରେ ସି.ଏଚ.ଏସ.ଇ ବିକାଶ ମଧାବୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ୍, ଓଡିଶା ର ଚେୟାରମ୍ୟାନ୍ ଡି.ନାଗେଶ୍ୱର ରାଓ ଉପସ୍ଥିତ ଥିବାବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ,ବିକାଶ ଅବାଶିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର,ଉପାଧ୍ୟକ୍ଷ ନାରାୟଣ ମହାନ୍ତି,ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ୍ ମଞ୍ଚାସୀନ ଥିଲେ । ମେଧାବୀ ପରୀକ୍ଷାରେ କଳାହାଣ୍ଡି ସମେତ ନୂଆପଡା, ନବରଙ୍ଗପୁର,ବଲାଙ୍ଗିର,କୋରାପୁଟ ଆଦି ପଡୋଶୀ ଜିଲ୍ଲାରୁ ଆସି ଉକ୍ତ ପରୀକ୍ଷାରେ ୫୦୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଓ ଅଭିଭାବକ ସମାବେଶ ହୋଇଥିଲା । ମୁଖ୍ୟ ଅତିଥି ଡି.ନାଗେଶ୍ୱର ରାଓ ବିକାଶର ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ଉପରର ବିଶଦ୍ ଭାବରେ ବ୍ୟାଖ୍ୟା କରି ଶିକ୍ଷାର ସମସ୍ତ ଅନୁକୂଳ ବ୍ୟବସ୍ଥା ପୂରଣ କରିବାକୁ ବଦ୍ଧ ପରିକର ବୋଲି ଅଭିମତ ରଖିଥିଲେ । ଅଧ୍ୟକ୍ଷ ଯୁବରାଜ ନାୟକ ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୁଚାଇଥିଲେ । ବିଦ୍ୟାଳୟର ଶିକ୍ଷକ ସବ୍ୟସାଚୀ ବେହେରା ଓ କିରଣ କୁମାର ଦାସ ‘ଇଉ ଆର ୟୁନିକ’ ଶୀର୍ଷକ ସ୍ଲାଇଡସୋ ମାଧ୍ୟମରେ ଉପସ୍ଥାପନ କରିଥିଲେ ସି.ଏଚ.ଏସ.ଇ କୋଅର୍ଡିନେଟର ଲଵକାନ୍ତ ଆଚାର୍ଯ୍ୟ ହଷ୍ଟେଲ ପରିଚାଳନା ସମ୍ପର୍କ ରେ ଅବଗତ କରିଥିଲେ |ଶିକ୍ଷକ ଅଶ୍ୱିନ କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନିଶିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.