ସର୍ଗିଗୁଡା “ଚିକୁ ମେମୋରିଆଲ” ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କଶୃପଡା ଚାମ୍ପିଅନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ସାନ୍ଦୁଲ ଖେଳ ପଡିଆରେ ଗତ ୫ ମାର୍ଚ୍ଚ ରୁ ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲି ଆସୁଥିବା “ଚିକୁ ମେମୋରିଆଲ” ଟି -୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ରେ ଆୟୋଜକ ସର୍ଗିଗୁଡା ଏକାଦଶକୁ ମାତ ଦେଇ କଶୃପଡା ଏକାଦଶ ଚାମ୍ପିଅନ ହୋଇଛି। ଗତ ମାର୍ଚ୍ଚ ୫ ରେ “ଚିକୁ ମେମୋରିଆଲ” କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଉଦ୍ଘାଟନୀ ମ୍ୟାଚ ପଟାଙ୍ଗପଡା ଓ ଡମପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ନକ ଆଉଟ ଟୁର୍ଣ୍ଣାମେଣ୍ଟ ରେ ପ୍ରତ୍ୟହ ଦୁଇଗୋଟି ମ୍ୟାଚ ଅନୁଷ୍ଠିତ ହେଉଥିଲା। ଆୟୋଜକ ସର୍ଗିଗୁଡା ସମେତ ଏଥିରେ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ। ସୋମବାର ପୂର୍ବାହ୍ନରେ ଶାନ୍ତପୁର ଓ କଶୃପଡା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଏଵଂ ସର୍ଗିଗୁଡା ଓ ପୋଖରିବନ୍ଧ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଫାଇନାଲ ମ୍ୟାଚ ସର୍ଗିଗୁଡା ଓ କଶୃପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସର୍ଗିଗୁଡା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୭ ଓଭରରେ ୫୨ ରନ ସଂଗ୍ରହ କରିଥିଲେ। ଜବାବରେ କଶୃପଡା ଏକାଦଶ ଧୁଆଁଧାର ବ୍ୟାଟିଂ କରି ମାତ୍ର ୩ ଓଭର ୪ ବଲରେ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲେ। ସଂଧ୍ୟା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ସମ୍ମାନୀତ ଅତିଥି ଭାବରେ ଯୁବନେତା ବିଜୟ ବୁଦ୍ଧିଆ, ଅଜୟ କୁମାର ନାଏକ, କ୍ରୀଡାବିତ ଅନନ୍ତ ମାଝୀ, ନାରାୟଣ ମାଝୀ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବୃନ୍ଦାବନ ମିଶ୍ର, ପ୍ରହଲ୍ଲାଦ ସେଠୀ ପ୍ରମୁଖ ମଞ୍ଚାସୀନ ରହି ଉଦ୍ୱୋଧନ ଦେବା ସହ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପ୍ରେମାନନ୍ଦ ଗଉଡ,ସତ୍ୟ ନାଏକ, କେଶବ ଏବଂ ପପୁ ଅମ୍ପାୟର ଭାବରେ ଖେଳ ପରିଚାଳନା କରିଥିବା ବେଳେ ଜଗନ୍ନାଥ ବରିହା ସ୍କୋରବୋର୍ଡ ଦାଇତ୍ୱ ନିର୍ବାହନ କରିଥିଲେ। ଯୁଧିଷ୍ଠିର ପଟ୍ଟନାୟକ ଓ ଭବାନୀଶଙ୍କର ବାଗ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦ ମ୍ୟାଚ ଭାବରେ କଶୃପଡାର ଟୁକୁ ଓ ମ୍ୟାନ ଅଫ ଦ ସିରିଜ ଭାବରେ ସର୍ଗିଗୁଡାର ମହେଶ୍ୱରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଆୟୋଜକ ମଣ୍ଡଳୀର ୧୦ ଜଣ ଭୋଲେଣ୍ଟିଅରଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। ଉପବିଜେତା ସର୍ଗିଗୁଡା ଏକାଦଶକୁ ଟ୍ରଫି ସହ ୨୦ ହଜାର ଟଙ୍କା ଓ ଚମ୍ପିଅନ କଶୃପଡା ଏକାଦଶକୁ ବିଜୟୀ ଟ୍ରଫି ସହ ୩୦ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ଆୟୋଜକ ମଣ୍ଡଳୀର ବରିଷ୍ଠ ସଦସ୍ୟ ଭବାନୀଶଙ୍କର ବାଗ, ମାନସ ସା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ପିଣ୍ଟୁ, ପପୁ, କେଶବ, ନେପାଳ, ବଣ୍ଟି, ଉମେଶ, ଜଗନ୍ନାଥ, ଋଚିତ, ମହେଶ୍ୱର, ତେଜ ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.