ବାଲେଶ୍ବର ଠାରେ ଅନୁଷ୍ଠିତ ହେଲା ଜିଲ୍ଳା ସ୍ତରୀୟ ସୂଚନା ଅଧିକାର ଅଧିନିୟମ-୨୦୦୫ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଅଧିନିୟମ -୨୦୦୫ ଉପରେ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଭାର ଆୟୋଜନ ପୂର୍ବରୁ ବାଲେଶ୍ୱରର ବିଭିନ୍ନ କଲେଜରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଦ୍ଵାରା ସୂଚନା ଅଧିକାର ଅଧିନିୟମ ସମ୍ବନ୍ଧରେ ଉଭୟ ଓଡିଆ ଓ ଇଂରାଜୀରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ବକ୍ତୃତା ପ୍ରତିଯୋଗିତା ସରିବା ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରିୟଦର୍ଶୀ ରାଜେଶ ଅତିଥିମାନଙ୍କର ପରିଚୟ ଦେବା ସହ ସ୍ବାଗତ ଭାଷଣ ଦେଇଥିଲେ । ଭୁବନେଶ୍ୱରରୁ ଆସିଥିବା ତାଲିମଦାତା ରଶ୍ମି ରଞ୍ଜନ ରାଉତ, ସମାଜସେବୀ ଶତ୍ରୁଘ୍ନ ମଲ୍ଲିକ, ବରିଷ୍ଠ କବି ତଥା ସମାଜସେବୀ ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସୂଚନା ଅଧିକାର ଅଧିନିୟମର ଉଦ୍ଦେଶ୍ୟ, ଉପକାରିତା ଓ ଅପବ୍ୟବହାର ସମ୍ବନ୍ଧରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ତାପରେ ସୂଚନା ଅଧିକାର ଅଧିନିୟମର ତାଲିମ ଦାତା ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିବା ମୋଟ ୧୧୯ ଜଣ FAA, PIO ଏବଂ APIO ଅଧିକାରୀମାନଙ୍କୁ ସୂଚନା ଅଧିକାର ଅଧିନିୟମ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ। ଉଭୟ ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ଆର୍ଥିକ ରାଶିରେ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ବାଲେଶ୍ୱର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବୁଢାନ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଋଷିକାନ୍ତ ମହାନ୍ତ, ସତ୍ୟ ସାଗର ମଣ୍ଡଳ, ହରିଶଙ୍କର ପ୍ରଧାନ, ପୁରୁଷୋତ୍ତମ ସେଠୀ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.