ପାଣ୍ଡବ ମେମୋରିଆଲ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନାରିକଟା ଚାମ୍ପିଅନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଭଦ୍ରା ଖେଳ ପଡିଆ ଠାରେ ରାମଚନ୍ଦ୍ର ବାବା ଯୁବକ ସଂଘ ନୂଆ ଭଦ୍ରା ଫପସି ଆନୁକୂଲ୍ୟରେ ପ୍ରଥମ ବର୍ଷ ପାଣ୍ଡବ ମେମୋରିଆଲ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ ।ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ସର୍ବେଶ୍ଵର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସୁଶାନ୍ତ ଭୋଇ, ରୋହିତ ମହାନନ୍ଦ, ଅମିତ୍ ଦୀପ, ଟିକେଲାଲ ମହାନନ୍ଦ, ପରମାନନ୍ଦ ମହାନନ୍ଦ, ମହେନ୍ଦ୍ର ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ୍ ରେ ନାରିକଟା ଏବଂ ବରଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାରିକଟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଅଭରରେ ୧୦୦ ରନ କରିଥିଲେ । ଜବାବ ରେ ବରଗାଁଦଳ ୮୬ ରନ କରି ପରାସ୍ତ ହୋଇଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବରେ ନାରୀକଟା ଦଳର ଦୂର୍ବାସ ଜାନୀ ଓ ମ୍ୟାନ ଅଫ ଦ ସିରିଜ ଭାବରେ ନାରିକଟା ଦଳର ରାଜ କିଶୋର ମାଝିଙ୍କୁ ଟ୍ରଫି ପ୍ରଦାନ କରାଯାଇଛି । ଦୀପକ ନାଗ ଏବଂ ନିରଞ୍ଜନ କୁମ୍ଭାର ଖେଳ ପରି ଚାଳନା କରିଥିବା ବେଳେ ମହେଶ ମହାନନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ରବର୍ଟ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ମାନସ ବାରିକ, ଲବେଶ ରଣା, ପ୍ରିତମ ମହାନନ୍ଦ, ଆଶିଷ ସିଂ, ନିର୍ମଳ ସାହୁ, ମନୋଜ ବଗର୍ତ୍ତୀ, ରୋହନ ରଣା, ଉତ୍ତମ ମହାନନ୍ଦ, ସୁମନ ସୁନା, ଆଶିଷ ମହାନନ୍ଦ, ନିଲେଶ ନାଗ ଏବଂ ସମସ୍ତ ରାମଚନ୍ଦ୍ରବାବା ଯୁବକ ସଂଘ ନୁଅଭଦ୍ରା, ଫପସି ର ସଦସ୍ୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.