ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲରମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ସ୍ଥଗିତ ରହିଥିବା ଫଳାଫଳ ଆଜି ଘୋଷଣା କରାଗଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୌର ପରିଷଦ ପକ୍ଷରୁ ଏହାର ଘୋଷଣା କରାଯାଇ ଥିବା ସୂଚନା ମିଳିଛି । ଏହାକୁ ନେଇ ରାୟଗଡ଼ା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଚାଞ୍ଚଲ୍ୟ ଦେଖାଦେଇଥିଲା । ଯେକୌଣସି ଅପ୍ରିତିକର ପରିସ୍ଥିତିକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପୌର ପରିଷଦ କାର୍ଯ୍ୟାଳୟ ଚାରିପାଖରେ ପୋଲିସ ମୁତୟନ ହୋଇଥିବା ବେଳେ ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲେ । ଆଜି ଫଳାଫଳ ଘୋଷଣା ପରେ ରାୟଗଡ଼ା ପୌର ରାଜନୀତିରେ ନୂଆ ସମିକରଣର ପରିସ୍ଥିତି ସୃଷ୍ଟି ହୋଇଛି କି ପୂର୍ବରୁ ରହିଥିବା ଉପାଧକ୍ଷା ସୁଭ୍ରା ପଣ୍ଡା ପରାଜିତ ହୋଇଥିବା ସୂଚନା ଆସିଛି |




