ମାୟା ମୃଗ ପଛେ ଧାଉଁଛି ଯିଏ,
ଭୁଲିଯାଏ ସେ ସତ୍ୟର ପଥ।
ଚକଚକିଆ ସ୍ଵପ୍ନର ଆଲୋକରେ,
ହରାଇଯାଏ ଜୀବନର ଅର୍ଥ।।
ମିଥ୍ୟା ଆଶା ମନକୁ ମୋହେ,
ଦେଖାଏ ସୁଖର ରଙ୍ଗ।
ପଛେ ଧାଇଁ ଧାଇଁ ଦିନ ଶେଷେ,
ରହିଯାଏ ଖାଲି ହାତ ଓ ଦୁଃଖର ପସରା।।
ସତ୍ୟର ପଥ ଶାନ୍ତ ଓ ସରଳ,
ସେଠି ରହେ ଜୀବନର ଧନ।
ମାୟା ମୃଗକୁ ଛାଡି ଯେ ଚାଲେ,
ସେଇ ପାଏ ସତ୍ୟର ଚିହ୍ନ।।
ବିଶ୍ବବିଜୟୀ ଦାଶ
ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ବାଲୁଗାଁ ମହାବିଦ୍ୟାଳୟ
ମୋବାଇଲ ନଂ: 6370208428




