ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ଲାଖଗୁଡାରେ ନୂତନ ଶିକ୍ଷାବର୍ଷ ଆରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାର୍ଚ୍ଚ ୧୨ ଗୁରୁବାର ଠାରୁ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ (ଓ୍ବାଇବିପିଏସ) ଲାଖଗୁଡା ରୁପ୍ରାରୋଡରେ ନୂତନ ଶିକ୍ଷାବର୍ଷ ୨୦୨୬-୨୭ ଆରମ୍ଭ ହୋଇଛି। ଏନେଇ ଲାଖଗୁଡା କ୍ୟାମ୍ପସରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲର ପ୍ରିନ୍ସିପାଲ ବିଭୁ ରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସମ୍ପାଦକ ସୁମିତ କୁମାର ଅଗ୍ରୱାଲ ଓ ସଦସ୍ୟ ମହେଶ ଅଗ୍ରୱାଲ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ। ଗୁଣାତ୍ମକ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଥିବା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡରେ ଚଳିତ ଶିକ୍ଷାବର୍ଷରେ ପ୍ରି-ନର୍ସରୀରୁ ନବମ ପର୍ଯ୍ୟନ୍ତ ଶିକ୍ଷାଦାନ ହେବ। ମାର୍ଚ୍ଚ ୧୨ରୁ ନାମଲେଖା ଆରମ୍ଭ ହୋଇଛି ସେଥିପାଇଁ ଅବିଭାବକ, ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।  ବିଦ୍ୟାଳୟର ଶିକ୍ଷକ ବିଜୟ ମହାପାତ୍ର, ଚୈତନ୍ୟ ସାହୁ, ପଦ୍ମନାଭ ଝାଙ୍କର, ଲମ୍ବୋଦର ଭୋଇ, ସାଞ୍ଚନ ଦୀପ, ଦେବେନ୍ଦ୍ର ସେନାପତି, ଶିକ୍ଷୟତ୍ରୀ ମୀରାମ୍ବିକା ସାହାଣୀ, ପୂଜା ଅଗ୍ରୱାଲ, ତୁଳସୀ ବେହେରା, ପ୍ରେମାଞ୍ଜଳି ପୋଢ଼, ଅଞ୍ଜୁଲତା ବେହେରା, ଆକାଂକ୍ଷା ମହାନ୍ତିଙ୍କ ସମେତ କର୍ମଚାରୀ ବୃନ୍ଦାବନ ସାହା, ଅଜୟ ସୁନା, ଖଗେଶ୍ୱର ମାଝୀ, ସୁମିତ୍ରା ପୋଢ଼, ଅମୃତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.