ମୁନିଗୁଡ଼ାରେ ନିୟମଗିରି ସୁରକ୍ଷା ସମିତିର ଲୋକ ଅଧିକାର ଯାତ୍ରା

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ଓଡ଼ିଶା ର ୧୫ ଟି ସ୍ଥାନ ଭ୍ରମଣ ପରେ ଆଜି ପହଞ୍ଚି ଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦରମହକୁମା ମୁନିଖୁଲ ଠାରେ ଲୋକ ଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ନିର୍ଦ୍ଦେଶରେ ମୁନିଗୁଡା ମୁନିଖୁଲ ସାପ୍ତାହିକ ହାଟରେ ୩୦୦ମିଟର ପଦଯାତ୍ରା କରି ନିୟମଗିରି ସୁରକ୍ଷା ସଚେତନତା ର ଶ୍ଳୋଗାନ ଦେଇ ଲୋକ ଙ୍କୁ ସଚେତନ କରାଯାଇଥିଲା। ଏହି ପଦଯାତ୍ରାରେ ପ୍ରାୟ ଦୁଇ ଶହ ଜନଜାତି ଲୋକ ଙ୍କ ସମାଗମ ହେଇ ଥିବାର ଦେଖିବାକୁ ମିଳିଥିଲା । ପଦଯାତ୍ରା ସମାପ୍ତ ପରେ ଓଡିଶା ଆବାହକ ନରେନ୍ଦ୍ର ମହାନ୍ତି,ରାଷ୍ଟ୍ରିୟ ଆବାହକ ଲିଙ୍ଗରାଜ ଆଜାଦ, ଲୋକ ଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ନିୟମଗିରି ଆଦିମ ଜନଜାତି ଲୋକ ଙ୍କୁ ନିୟମଗିରି ସୁରକ୍ଷା କୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ନିୟମଗିରି ରେ ଉପ୍ତନ ହେଉଥିବା ହଳଦି, ସପୁରି, ଝାଡୁ, ମହୁଲ, ଅଦା ଇତ୍ୟାଦି ଜଙ୍ଗଲ ଜାତ ଉତ୍ପାଦ କୁ ଉଚିତ ମୂଲ୍ୟରେ କ୍ରୟ କରିବା, ଶିକ୍ଷା ପାଇଁ ଆଦିମ ଜନଜାତି ଙ୍କୁ ଆଦିମ ଜନଜାତି ଶିକ୍ଷକ ଭାବେ ନିଯୁକ୍ତି ଦେବା, ବେଦାନ୍ତ କମ୍ପାନୀ ଦାଉରୁ ନିୟମଗିରି କୁ ସୁରକ୍ଷା ଦେବା ଇତ୍ୟାଦି ବିଷୟକୁ ସଚେତନତା ସହ ସରକାରଙ୍କୁ ଦାବି ଉପସ୍ଥାପନ କରିବାରେ ସ୍ଥିର କରାଯାଇଥିଲା । ଉକ୍ତ ନିୟମଗିରି ସୁରକ୍ଷା ସମିତି ଲୋକ ଶକ୍ତି ଅଭିଯାନ ସମାଗମ ରେ କୃଷକ ସଂଗଠନ ରୁ ଲିଙ୍ଗରାଜ ପ୍ରଧାନ, ଚାଷି ମୂଳିଆ ଆଦିବାସୀ ସଂଘ ରୁ ଲାଛିଙ୍ଗା ଲିଙ୍ଗା, ନିୟମଗିରି ସୁରକ୍ଷା ସମିତି ଉପସଭାପତି ଦଦୀ ପୁସିକା,ଗାନ୍ଧୀବାଦ ଡକ୍ଟର ବିଶ୍ବଜିତ, ଗବେଷକ ସର୍ବଶ୍ବର ସାହୁ, ସଙ୍ଘଠକ ଉପେନ୍ଦ୍ର ଦ୍ରାବିଡ଼ ପ୍ରମୁଖ ଉପସ୍ଥିତ ରହି ପ୍ରାକୃତିକ ସମ୍ପଦ ସୁରକ୍ଷା ଲୋକ ଶକ୍ତି ଅଭିଯାନ କୁ ସମାପ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.