ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବାଣନଇ ଗ୍ରାମରେ ଦୀର୍ଘ ଦିନ ଧରି ହୋଇଥିବା ଠାକୁରାଣୀ ମନ୍ଦିର ହୋଇ ଥିଲେ ସୁଦ୍ଧା ତାହା ପ୍ରତିଷ୍ଠା ହୋଇ ନଥିବାରୁ ଗ୍ରାମର ତଥା ଜଗତ ର ମଙ୍ଗଳ ପାଇଁ ଏହି ମନ୍ଦିର ପ୍ରତିଷ୍ଠା, ଯଂଜ୍ଞକର୍ତ୍ତା, ପରିଚାଳନା ଓ ବିଦ୍ୱାନପଣ୍ଡିତ ଓ ପୁରୋହିତ ଙ୍କ ତତ୍ୱାବଧାନ ରେ ଏହିକାର୍ଯ୍ୟ ସମାପନ ହୋଇ ଯାଇଛି | ଏହିଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ରାଜେନ୍ଦ୍ର ପ୍ରସାଦ ପାତ୍ର, ହୀନ ପ୍ରସାଦ ପାତ୍ର, ରାଜେନ୍ଦ୍ର ପାଣିଗ୍ରାହୀ ଓ କମିଟି ଭାବେ ଦିବାକର ନାହାକ, ହୀନ ନାହାକ, ମନୋଜ ପାତ୍ର, ଏବଂ ଗ୍ରାମବାସୀ, ମହିଳା ମାନେ ସମ୍ପୂର୍ଣ ସହଯୋଗ କରିଥିଲେ | ଗତ କିଛିଦିନ ତଳେ ଆରମ୍ଭ ହୋଇଥିବା ଯଂଜ୍ଞ ଗତକାଲି ପୂର୍ଣ୍ଣାହୁତି ହୋଇଛି | ଏହି ଯଂଜ୍ଞ ରେ ଦୀକ୍ଷା ଗ୍ରହଣ, କଳସ ଯାତ୍ରା, ବନଯାଗ, ଅଙ୍କୁରା ରୋପଣ, ରତ୍ନ ମୁଦ ହୋଇ ଘୃତ ଯଂଜ୍ଞ, ନାମଯଂଜ୍ଞ, ଅନ୍ନ ଯଂଜ୍ଞ ଓ ଦେବୀଙ୍କୁ ମନ୍ଦିରେ ପ୍ରବେଶ କରି ପୂର୍ଣ୍ଣା ହୂତି କାର୍ଯ୍ୟ ସମୁର୍ଣ ହୋଇ ଥିଲା |




