ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଶାସ୍ତ୍ରୀୟ ଭାଷା ଦିବସ , ସଂସଦର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ପ୍ରାଧ୍ୟାପିକା ଡ଼ଃ ଚାରୁବାଳା ନାଏକ ଯୋଗ ଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ଼ଃ କଲ୍ୟାଣୀ ମିଶ୍ର , ରାଜ୍ୟ ସଂପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷାର ସୁରକ୍ଷା ବିଷୟରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏହି ପ୍ରରିପେକ୍ଷୀରେ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାକୁ ଆଦୃତ କରିବା ପାଇଁ ପ୍ରଥମତଃ ଓଡ଼ିଆ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ମୋବାଇଲ’ର ବହୁଳ ବ୍ୟବହାର ଦ୍ୱାରା ଓଡିଆ ଲେଖିବା ଓ ପଢ଼ିବା ହ୍ରାସ ପାଉଥିବା ଯୋଗୁଁ ଅତିଥି ଗଣ ଉଦବେଗ ପ୍ରକାଶ କରିଥିଲେ।ସରକାରୀ ସ୍ତରରେ ଓଡ଼ିଆ ଭାଷାରେ ସମସ୍ତ ଚିଠି ପତ୍ର ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ରହିଥିଲେ ମଧ୍ୟ କେତେକ ଇଂରାଜୀ ଶବ୍ଦର ସଠିକ୍ ଅନୁବାଦ ଜାଣିବା ଓ ଲେଖିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଆଲୋଚନାରେ ସ୍ଥାନ ପାଇଥିଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲେ ମଧ୍ୟ ତାର ସୁରକ୍ଷା ଦିଗରେ ଧ୍ୟାନ ନଦେବା ଅତ୍ୟନ୍ତ ଦୁଃଖର ବିଷୟ। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା ପ୍ରତି ଯୁବପିଢୀ କୁ ବହୁଳ ମାତ୍ରାରେ ଉତ୍ସାହିତ କରିବା ଦରକାର। ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ , ଶ୍ରୀମତୀ ବବିତା ପୁରୋହିତ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , ଶ୍ରୀମତୀ ବରଦା ଆଚାର୍ଯ୍ୟ , ଶ୍ରୀମତୀ ସଙ୍ଗୀତା ପାତ୍ର , ଶ୍ରୀ ମୂରଲୀଧର ପରିଚ୍ଛା , ଶ୍ରୀ ମନୋଜ କୁମାର ପଣ୍ଡା , ଶ୍ରୀ ସରୋଜ କୁମାର ପଣ୍ଡା , ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଶ୍ରୀମତୀ ମିନା କୁମାରୀ ଟହଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ।




