ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସଦର ବ୍ଳକର କର୍ଲାପଡା ଠାରେ ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ, ପୋଲିସ, ସେନା, ଅଫିସର, ଆଇନଜୀବି, କର୍ମଚାରୀ ବୃନ୍ଦ ଏବଂ ଭଦ୍ରମଣ୍ଡଳୀଙ୍କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦି ସହ ତୁର୍କେଲ ସେତୁ ବାଏପାଶ ରାସ୍ତା, କର୍ଲାପଡା ବ୍ଲକ, ୟୁନିଭେର୍ସିଟି ର ଦ୍ଵିତୀୟ କ୍ୟାମ୍ପସ ପାଇଁ ୯୬.୬୩ ଏକର ଜମିଦେଇ ଉପକ୍ଷିତ ହେବ, +୨ ଏବଂ +୩ ବିଜ୍ଞାନ କଲେଜ ନିମନ୍ତେ, କର୍ଲାପଡା ନିର୍ମାଣଧୀନ ପିଏଚସି ଠାରୁ କନ୍ଦାଖାଳ ପକ୍କା ରାସ୍ତା (ପିଚୁରାସ୍ତା) ନିର୍ମାଣ ଇତ୍ୟାଦି ପ୍ରମୁଖ ବିନ୍ଦୁକୁ ନେଇ ଆଲୋଚନା କରିଥିଲେ ଏବଂ ଅଞ୍ଚଳର ଯୁବ ସଂଗଠନକୁ ସୁଦୃଢ କରି ବିକାଶ ଧାରାକୁ ଆଗେଇ ନେଇ ମାର୍ଚ୍ଚ ୧୩ କୁ କର୍ଲାପଡା ବିକାଶ ଦିବସ ରୂପେ ପ୍ରତ୍ୟେକ ବର୍ଷ ପାଳନ କରିବାପାଇଁ ନିଷ୍ପତି ନେଇଥିଲେ।




