ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କରମତଲା ଗ୍ରାମପଞ୍ଚାୟତ ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ସଡକରେ ଯାନବାହାନ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ପ୍ରତିଦିନ ଅନେକ ଛାତ୍ରଛାତ୍ରୀ ଏହି ସଡକ ଅତିକ୍ରମ କରି ବିଦ୍ୟାଳୟକୁ ଆସୁଥିବାରୁ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଡକରେ ସ୍ପିଡ୍ ବ୍ରେକର (ହମ୍ପସ୍) ନିର୍ମାଣ ପାଇଁ ପବ୍ଲିକ ୱର୍କସ୍ ଡିପାର୍ଟମେଣ୍ଟ (PWD) ଓ ସଡକ ପରିବହନ ବିଭାଗକୁ ଅବଗତ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଶୀଘ୍ର ସଡକରେ ସ୍ପିଡ୍ ବ୍ରେକର ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବିଦ୍ୟାଳୟ ପକ୍ଷରୁ ଦାବି କରାଯାଇଛି।




