ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଜାତୀୟ ଆଇନ ସେବା ପ୍ରାଧିକରଣ ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକାରଣ , କଟକ’ଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୬ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି , ଆର୍: ଉଦୟଗିରି, ମୋହନା ଓ କାଶୀନଗର ଗ୍ରାମ ନ୍ୟାୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା କୋର୍ଟର ପରିବାର ଅଦାଲତର ବିଚାରପତି ଡ଼ଃ ଜୀବନ ଜ୍ୟୋତି ରଥ , ଅତିରିକ୍ତ ଜିଲ୍ଲା ଓ ସେସନସ ଜଜ୍ ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ଶ୍ରୀ ସତ୍ୟନାରାୟଣ ପାତ୍ର, ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ବିଶେଷ ଅଦାଲତ), ପାରଳାଖେମୁଣ୍ଡି; ଶ୍ରୀ ପ୍ରସନ୍ନ କୁମାର ବେହେରା , ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ , ଗଜପତି; ଶ୍ରୀମତୀ ରସ୍ମିତା ସାହୁ, ସିଭିଲ୍ ଜଜ୍ (ସିନିୟର ଡିଭିଜନ), ମହିଳା ଅଦାଲତ , ପାରଳାଖେମୁଣ୍ଡି; ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ, -ଏସ୍ଡିଜେଏମ୍ , ପାରଳାଖେମୁଣ୍ଡି; ଏବଂ ଶ୍ରୀ ସତ୍ୟଜିତ ପାଣି -ଜେଏମଏଫସି, ପାରଳାଖେମୁଣ୍ଡି ଉପସ୍ଥିତ ରହି ନିଜ ନିଜ ଅଦାଲତରେ ଲୋକ ଅଦାଲତର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ। ଏହାସହିତ ଶ୍ରୀମତୀ ସୌଦାମିନୀ ବିଶ୍ୱାଳ , ସିଭିଲ୍ ଜଜ୍ (ସିନିୟର ଡିଭିଜନ) , ଆର୍. ଉଦୟଗିରି; ଶ୍ରୀ ତରୁଣ କୁମାର ସେଠୀ, ଜେଏମଏଫସି, ଆର୍. ଉଦୟଗିରି; ଶ୍ରୀ ସୁଭଜିତ ବେହେରା, ଜେଏମଏଫସି, ମୋହନା; ଏବଂ ଶ୍ରୀମତୀ ମୋନାଲି ବେହେରା, ଜେଏମଏଫସି-କମ୍-ଗ୍ରାମ ନ୍ୟାୟାଧିକାରୀ, କାଶୀନଗର ମଧ୍ୟ ନିଜ ନିଜ ଅଦାଲତରେ ଲୋକ ଅଦାଲତ ଆୟୋଜନ କରିଥିଲେ। ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ସମେତ ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ଏବଂ ଉଭୟ ପକ୍ଷର ସମ୍ମତିରେ ଅନେକ ମାମଲାର ସମାଧାନ କରା ଯାଇଥିଲା। ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ସର୍ବମୋଟ ୩,୮୩୫ଟି ମାମଲା ଗ୍ରହଣ କରା ଯାଇଥିବା ବେଳେ ୨’୪୯୮ଟି ମାମଲାର ସଫଳ ସମାଧାନ କରା ଯାଇଥିଲା ଏବଂ ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ହୋଇଥିଲା।




