ଧରପଗଡ଼ ଗାଁରେ ତିନି ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ଗାଁ ଦଶମତିକଟାରେ ଅବସ୍ଥିତ ମା ସମଲେଶ୍ୱରୀ, ମା ଦ୍ୱାରସେନୀ ଓ ମା ପଟଣେଶ୍ୱରୀଙ୍କ ମନ୍ଦିରରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଅବସରରେ ବିଭିନ୍ନ ଧାର୍ମିକ କାର୍ୟକ୍ରମ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଧାର୍ମିକ କାର୍ୟକ୍ରମରେ ମୁଖ୍ୟ ଆଚାର୍ଯ୍ୟ ଭାବେ ପଣ୍ଡିତ ନେତ୍ରାନନ୍ଦ ମିଶ୍ର ଓ ପଣ୍ଡିତ ଦାମୋଦର ଯୋଶୀ ଯଜ୍ଞ କାର୍ୟ ସଂଚାଳନ କରିବେ। ଷୋହଳ ପ୍ରହର ନାମଯଜ୍ଞର ମୁଖ୍ୟ ପୁଜକ ଭାବେ ପଣ୍ଡିତ ଯୁଧିଷ୍ଠିର ହୋତା ଓ ଜପକ ଭାବେ ସୁବଳ ପଣ୍ଡା ଓ ବୈଦ୍ୟନାଥ ବାବୁ ପୂଜା କାର୍ୟ ସମ୍ପାଦନ କରିବେ। ମା ସମଲେଶ୍ୱରୀ ମନ୍ଦିରର କର୍ତ୍ତା ଭାବେ ଡିକି କୁଅର ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ କୁଅର, ମା ଦ୍ୱାରସେନୀ ମନ୍ଦିରର କର୍ତ୍ତା ଓ ଭାବେ ଚିତ୍ତରଞ୍ଜନ ପରୋହିତ ଓ ତାଙ୍କ ଧର୍ମପତ୍ନୀ ପଙ୍କଜିନୀ ପରୋହିତ, ଏବଂ ମା ପଟଣେଶ୍ୱରୀ ମନ୍ଦିରର କର୍ତ୍ତା ଓ ଭାବେ କୃଷ୍ଣଚନ୍ଦ୍ର ବାବୁ ଓ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ବାବୁ ଦାୟିତ୍ୱ ନିଭାହ କରୁଛନ୍ତି। ନାମଯଜ୍ଞର କର୍ତ୍ତା ଓ ଭାବେ ଆଦିତ୍ୟ ଭୋଇ ଓ ତାଙ୍କ ଧର୍ମପତ୍ନୀ ଉଦ୍ୟମା ଭୋଇ ଦାୟିତ୍ୱ ନିଭାହ କରୁଛନ୍ତି। କମିଟି ସଭାପତିଙ୍କ କହିବା ଅନୁସାରେ, ପ୍ରତିଷ୍ଠା ଓ ନାମଯଜ୍ଞର ଅଧିବାସ କାର୍ୟ ଆସନ୍ତା ୨୨-୦୩-୨୦୨୬ ତାରିଖରେ ଅ ଦିବାସୀ ହେବ। ୨୩-୦୩-୨୦୨୬ ତାରିଖରେ ଅଙ୍କୁରାରୋପଣ ସହିତ ନାମଯଜ୍ଞ ଆରମ୍ଭ ହେବ। ୨୪-୦୩-୨୦୨୬ ତାରିଖରେ ତିନୋଟି ମନ୍ଦିରର ପ୍ରତିଷ୍ଠା କାର୍ୟ ଅନୁଷ୍ଠିତ ହେବ ଓ ୨୫-୦୩-୨୦୨୬ ତାରିଖରେ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଦେବୀଙ୍କ ମନ୍ଦିର ପ୍ରବେଶ କାର୍ୟ ସମ୍ପନ୍ନ ହେବ। ଏହି ପବିତ୍ର କାର୍ୟକ୍ରମରେ ଗ୍ରାମର ବଜରଙ୍ଗ ଦଳର କର୍ମକର୍ତ୍ତାମାନେ, ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଭକ୍ତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.