ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପୋଲିସକୁ ବଡ ସଫଳତା ମିଳିଛି। ଗତ ୩ ବର୍ଷ ଧର ନର୍ଲା ଅଞ୍ଚଳର ଅନେକ ଲୋକଙ୍କ ମୋବାଇଲ ଚୋରି ନେଇ ନର୍ଲା ଥାନାରେ କେସ ଦାଏର ହୋଇଥିଲା। ନର୍ଲା ପୋଲିସ ଚୋରୀ ମୋବାଇଲ ଗୁଡିକୁ ଟ୍ରାକ ଜାରି ରଖିଥିଲା। ଏଥିରେ ନର୍ଲା ପୋଲିସକୁ ବହୁତ ବଡ ସଫଳତା ମିଳଛି। ନର୍ଲାର ବିଭିନ୍ନ ଅଞ୍ଚଳରୁ ବଜାର, ହାଟ ଗୁଡିକରେ ମୋବାଇଲ ଫୋନ ଗୁଡିକ ଚୋରି ହୋଇଥିବା ନେଇ ନର୍ଲା ଥାନାରେ ଅଭିଯୋଗ ସବୁ ହୋଇଥିଲା। ଏହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା। ଲଗାତାର ମୋବାଇଲ ଫୋନ ଟ୍ରାକରୁ ଶେଷରେ ପୋଲିସକୁ ସଫଳତା ମିଳିଛି। ୧୩ ଜଣ ବ୍ୟକ୍ତିଙ୍କ ଚୋରି ମୋବାଇଲ ଉଦ୍ଧାର କରିଛି ନର୍ଲା ପୋଲିସ। ଏବଂ ଉକ୍ତ ବ୍ୟକ୍ତି ମାନଙ୍କୁ ନର୍ଲା ଥାନାକୁ ଡାକି ସେମାନଙ୍କ ମୋବାଇଲ ଗୁଡିକ ପ୍ରଦାନ କରିଛି ନର୍ଲା ପୋଲିସ।

ନର୍ଲା ଥାନା ଅଧିନସ୍ଥ ଜାମପଦରର ଅଶୋକ ରଣା, ତୁଳାପଡାର ନେପାଳ ପ୍ରଧାନ, ବଲବସପୁରର ପ୍ରିୟଙ୍କା ମାଝୀ, ବାଗପୁର ର ରଞ୍ଜନ ସାହୁ, ପିପଲପଡାର ସାମନ୍ତ ନିଆଲ, ଭାନପୁର ର ସଞ୍ଜିତ ପଧାନ, ରାମଚନ୍ଦ୍ରପୁର ର ସଞ୍ଜୟ ମହାନନ୍ଦ, ଲିମୁରସିଙ୍ଗାର ପବିତ୍ର ରଣା, ଭବାନୀପାଟଣା ଗୁରିପଦରର ଯଶୋବନ୍ତ ସାହୁ ସମେତ ଆଉ ଚାରିଜଣ ଏଭଳି ୧୩ ଜଣଙ୍କ ଉଦ୍ଧାର ହୋଇଥିବା ମୋବାଇଲ ଫୋନ ନର୍ଲା ଆଇଆଇସି ବିଜୟରାଜ ମାଝୀ, ଅତିରିକ୍ତ ଆଇଆଇସି ସଞ୍ଜୁକ୍ତା ପ୍ରଧାନ ଓ ସମସ୍ତ ଷ୍ଟାଫଙ୍କ ଉପସ୍ଥିତିରେ ପ୍ରଦାନ କରି ପ୍ରେସମିଟ ଜରିଆରେ ତଥ୍ୟ ବିସ୍ତୃତ ପ୍ରଦାନ କରିବା ସହିତ ଆଗାମି ଦିନରେ ମଧ୍ୟ ଏହି ଅଭିଯାନକୁ କଡାକଡି କରାଯିବ ବୋଲି କହିଛନ୍ତି କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ।





