ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ରେ “ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ” ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଭାରତ ସରକାରଙ୍କର “ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ” ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ପରୀକ୍ଷା ଚାଲିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାର ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ର ୧୨୩ ଟି ପରିକ୍ଷା କେନ୍ଦ୍ରରେ ସମୁଦାୟ ୮୨୨ ଜଣ ମହିଳା ଓ ପୁରୁଷ ନବସାକ୍ଷର ପରୀକ୍ଷାର୍ଥୀ ଙ୍କ ପରିକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟି ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କ ମାର୍ଗଦର୍ଶନରେ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ଏବଂ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ପରିକ୍ଷା ପରିଚାଳିତ ହୋଇଥିବା ବେଳେ ଅଧିକାରୀ ମାନେ ବିଭିନ୍ନ ପରିକ୍ଷା କେନ୍ଦ୍ର ପରିଦର୍ଶନ ପରୀକ୍ଷାର୍ଥୀ ମାନଙ୍କୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ୧୨ ଗୋଟି ସାଧନ କେନ୍ଦ୍ର ସଂଯୋଜକ ନିଜ ନିଜ କ୍ଳଷ୍ଟର ଗୁଡ଼ିକ ର ସମ୍ପୁର୍ଣ୍ଣ ଦାୟିତ୍ୱ ବହନ କରି ପରୀକ୍ଷା ସୁପରିଚାଳନା କରିଥିଲେ। ଏଥିସହ ସମସ୍ତ ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ସି ଆର୍ ଜି ମେମ୍ବର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.