ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ଖରିଡା ପଞ୍ଚାୟତ ଅନ୍ତର୍ଗତ ବଳରାମ ପୁର ଗ୍ରାମରେ କ୍ରିକେଟ ଟୁନାମେଣ୍ଟ କୁ ଉଦଘାଟନ କଲେ ସମାଜ ସେଵୀ ତଥା ରାଜନେତା ପ୍ରମୋଦ କୁମାର ପଣ୍ଡା ଓ ଖରିଡା ପଞ୍ଚାୟତର ସମିତି ସଭ୍ୟ ଅନିଲ କୁମାର ଦାଶ (ପିଣ୍ଟୁ)ଏବଂ ଅତିଥି ଭାବେ ଭଗବାନ ପାତ୍ର, ପ୍ରଦୀପ ଗୌଡ଼, ସୀତାରାମ ପାଢ଼ୀ, ଲଡ଼ୁ ଗୌଡ଼, ପ୍ରମୁଖମଞ୍ଚସିନ ରହି ଥିଲେ | ପ୍ରଥମ ଦିନ ଚାରିଗୋଟି ଦଳ ଯଥା ସନ ରାଇଜର, ମହାକାଳ, ସ୍ପାଇଡ଼ର, ସ୍କାଏ, ଉପସ୍ତିତରହି ଖେଳ ଆରମ୍ଭ କରିଥିଲେ | ମୁଖ୍ୟ ଅତିଥି ପ୍ରମୋଦ କୁମାର ପଣ୍ଡା ଓ ଅନିଲ ଦାଶ ରିବନ କାଟି ପ୍ରଦୀପ ପ୍ରଜ୍ବଳନ କରି ଖେଳାଳି ମାନଙ୍କ ସହିତ କର ମର୍ଦନ କରି ବଲ ପ୍ରଦାନ କରି ଥିଲେ ଓ ଦୁଇ ନେତା ବେଟ ଧରି ବେଟିଙ୍ଗ ଓ ଫୋଲଡ଼ିଙ୍ଗ କରି ଛକା ମାରିଥିଲେ | ପରେ ପ୍ରଥମେ ସନ ରାଇଜର, ସହିତ ସ୍ପାଇଡର, ମୁକାବିଲା ହୋଇଥିଲା । ଅପରାହ୍ନ ରେ ମହାକାଳ ସହିତ ସ୍ପାଏ, ସହ ସାମ୍ନା, ସାମନି ହୋଇଥିଲେ | ଏଗାର ଜଣ ଖେଳାଳି ସହ ଅତିରିକ୍ତ ଖେଳାଳି ଜଣେ ଲେଖାଏଁ ପ୍ରତେକ ଦଳରେ ରହି ଖେଳ ଆରମ୍ଭ କରିଥିଲେ | ଓ ପ୍ରଥମ ଖେଳରେ ସ୍ପାଇଡ଼ର 131ରନ କରି ଥିଲା ବେଳେ ସନ ରାଇସ 109 ରନ୍ କରିଥିଲେ |ତେବେ 22ରନ ରେ ସ୍ପାଇଡ଼ର ସିକ୍ସ ବିଜୟ ଲାଭ କରିଥିଲେ | ତେବେ ଆଗାମୀ ଫାଇନାଲ ମେଚରେ ଟ୍ରଫି କିଏ ନେବ ତାହା ଉପରେ ସମସ୍ତଙ୍କ ନଜର |ଏହି ଖେଳକୁ ଗ୍ରାମବାସୀ ଙ୍କ ସହ ଖେଳାଳି, ଯୁବଗୋଷ୍ଟି ଏବଂ ଗୌତମ ପଣ୍ଡା ଅଜୟ ଗୌଡ଼, ସନ୍ତୋଷ ମହାରଣା, ସନ୍ତୋଷ ନାୟକ ଜିତୁ ବିଶ୍ୱାଳ , ଗୌତମ ନାୟକ, ଚନ୍ଦନ ସୁମନ ପ୍ରମୁଖ ସହଯୋଗ କରିଥିଲେ |





