ଚେତନା କଲେଜର ୧୦ମ ଆଲୁମିନି ମିଟ୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଜୁଏଲସ୍ ଇଣ୍ଟରନ୍ୟାସନାଲ୍ ଚେତନା କଲେଜ୍ ଅଫ୍ ସ୍ପେସିଆଲ୍ ଏଜୁକେସନର ୧୦ମ ଆଲୁମିନି ମିଟ୍ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚେତନା ଅନୁଷ୍ଠାନର ଯୁଗ୍ମ ସଂପାଦିକା ଡଃ ନିବେଦିତା ଜେନା, ବରିଷ୍ଠ କଳାକାର, ଚ଼ଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି ଏବଂ ସିନେମା କଳାକାର ଅମୂଲ୍ୟ ଅନମୋଲ ଯୋଗଦେଇଥିଲେ।ବିଗତ ଦିନରେ ପରଲୋକଗମନ କରିଥିବା ଚେତନା ଆଲୁମିନି ସଦସ୍ୟମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ଏବଂ ଚେତନା ଆଲୁମିନି ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଆଲୁମିନି ସଭାପତି ଶ୍ରୀ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ଦେବାଶିଷ ପତି, ସଂପାଦିକା ମୈତ୍ରୀ ମମତା ପଣ୍ଡା ଓ କୋଷାଧ୍ୟକ୍ଷ ଲଲାଟେନ୍ଦୁ କରଙ୍କ ସକ୍ରିୟ ପରିଚାଳନାରେ ଆୟୋଜିତ ହୋଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ପତି ତଥା ଆଲୁମିନି ସଙ୍ଗଠନର ପୂର୍ବତନ ନେତୃତ୍ୱ ଡଃ ବିନୟ ଭୂଷଣ ମହାପାତ୍ର, ଡଃ ଭାଗିରଥୀ ମହାପାତ୍ର, ଶ୍ରୀମତୀ ସ୍ମୃତିରେଖା ମିଶ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଉପଦେଶରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଅତିତର ସ୍ମୃତିକୁ ମନେପକାଇଥିଲେ। ଏହି ଅବସରରେ ଆଲୁମିନି ସଦସ୍ୟମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଏହା ସହ ଆଲୁମିନି ସଂଘର ଆଗାମୀ କାର୍ଯ୍ୟପନ୍ଥା ଓ ସଂଗଠନର ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.