ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ଯୋଡବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ଆମ୍ବ ବଗିଚା ପରିସରରେ ଲାଞ୍ଜିଗଡ଼ ବ୍ଲକର ୨୦୧୮ ବ୍ୟାଚର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଓ ଗୁରୁତ୍ୱପର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୁଣା ସଂଘର ସଭାପତି ଓ ସମ୍ପାଦକ ପଦ ଖାଲିପଡ଼ିଥିବାରୁ ନୂତନ ସଂଘ କରିବା ପାଇଁ ପ୍ରସ୍ତାବ ନେଇଥିଲେ। ଏଥିରେ ସର୍ବସମ୍ମତି କ୍ରମେ ସଂଘ ନିଷ୍ପତ୍ତି ନେଇଥିଲା। ପୂର୍ବ ସଂଘର ଭାରପ୍ରାପ୍ତ କୋଷାଧ୍ୟକ୍ଷ ଉତ୍ତମ ସେନାପତି ହିସାବ ପତ୍ର ଉପସ୍ଥାପନ କରିଥିଲେ। ଏହାପରେ ଗଣତାନ୍ତ୍ରିକ(ଭୋଟ)ପଦ୍ଧତି ଅନୁସାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂତନ ସଂଘର କର୍ମ କର୍ତ୍ତା ଚୟନ କରିଥିଲେ। ଏଥିରେ ସର୍ବ ସମତିକ୍ରମେ ସଂଘର ନୂତନ ସଭାପତି ଭାବେ ଶୁଭ୍ରାଂଶୁ କୁମାର ଖଟୁଆଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଶ୍ରୀଯୁ ରତିକାନ୍ତ ସେଠି, ସମ୍ପାଦକ ଭାବେ କାର୍ତ୍ତିକ ସେଠୀ, କୋଷାଧ୍ୟକ୍ଷ ଭାବେ ଉତ୍ତମ କୁମାର ସେନାପତି, ସଂଘ ସଂଯୋଜକ ପୁରନ୍ଦର ପ୍ରଧାନ,ମନୋଜ କୁମାର ବାଗୁଡାଇ, ଉପଦେଷ୍ଟା ମଣ୍ଡଳୀରେ ରାମଚନ୍ଦ୍ର ସାହୁ,ଟଙ୍କଧର ବାଗ,ଦିଲ୍ଲୀପ କୁମାର ନାଗ, ସିପୁନ ନାୟକ, ବିରେନ୍ଦ୍ର କୁମାର ବେହେରା ପ୍ରଜ୍ଞା ପ୍ରଭାସିନୀ,ମିଡିଆ ସଂଯୋଜକ କେ.ଯୁଧିଷ୍ଠିର ପାତ୍ର, ସୌମ୍ୟ ରଞ୍ଜନ ପ୍ରଧାନ, ରଘୁ ଅରକ୍ଷିତ ସେନାପତି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବନ୍ଧୁ ଭଗିନୀ ମାନଙ୍କୁ ହୃଦୟର ଗହିରତମ ପ୍ରଦେଶରୁ ଜଣାଇବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଆଜିର ବୈଠକରେ କୌଣସି କାରଣ ଯୋଗୁଁ ଉପସ୍ଥିତ ହୋଇପାରିନାଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପରବର୍ତ୍ତୀ ସମୟରେ ନିଜକୁ ସାମିଲ କରିବେ ବୋଲି ସଂଘ ନିଷ୍ପତ୍ତି ନେଇଥିଲା। ତେବେ ସଂଘ ସମସ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶିକ୍ଷକ ଜାତିର ଉନ୍ନତି ପାଇଁ ସ୍ୱର ଉତ୍ତୋଳନ କରିବ ଓ ସବୁ କାମକୁ ଠିକ୍ ସମୟରେ ସମ୍ପାଦନ କରିବା ପାଇଁ ପ୍ରୟାସ କରିବ ବୋଲି ନୂତନ ସଂଘ ପ୍ରକାଶ କରିଛନ୍ତି। ଏହି ବୈଠକରେ ବ୍ୟାଚର ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଶେଷରେ ଶିକ୍ଷକ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




