ଅନ୍ଧକାର ରାତିର ଗଭୀର ନିରବତାରେ
ଉଦିତ ହୁଏ ଏକ ଅଦମ୍ୟ ଆହ୍ୱାନ,
ସେଇ ଆହ୍ବାନ ହେଉଛି ବିପ୍ଲବର ଅଗ୍ନିଶିଖା
ନ୍ୟାୟର ପଥରେ ଅଗ୍ରସର ହେବାର ପ୍ରମାଣ।
ଅନ୍ୟାୟ ଦେଖି ମୁଣ୍ଡ ନ ନୁଆନ୍ତି ସେମାନେ,
ଦୃଢ଼ ସାହସ ତାଙ୍କ ହୃଦୟର ଶକ୍ତି;
ବିଦ୍ରୋହୀର ଗର୍ଜନ ସମ ସ୍ୱରେ
ଜାଗ୍ରତ ହୁଏ ଦେଶର ନୂଆ ଶକ୍ତି।
ତାଙ୍କ ହୃଦୟ ଜ୍ୱାଳାମୁଖୀର ଅଗ୍ନି ସମ,
ଅନ୍ୟାୟକୁ କରେ ଧୂଳିସାତ୍,
ନୂତନ ପ୍ରଭାତର ସୁବର୍ଣ୍ଣ ସ୍ୱପ୍ନ ପାଇଁ
ତାଙ୍କ ଜୀବନ ଅବିରତ ସଂଘର୍ଷର ପଥ।
ବିପ୍ଲବୀ ଓ ବିଦ୍ରୋହୀ
ସତ୍ୟର ଜ୍ୟୋତିର ଅକ୍ଷୟ ପ୍ରଦୀପ
ତାଙ୍କର ତ୍ୟାଗ ଓ ସାହସର ଆଲୋକରେ
ଉଜ୍ଜ୍ୱଳ ହୁଏ ମାନବତାର ଦୀପ।
କବି ବିଶ୍ବବିଜୟୀ ଦାଶ
ସମ୍ପାଦକ, ବ୍ରଜବିଳାସ ସାହିତ୍ୟ ପତ୍ରିକା
ଅଧ୍ୟାପକ, ରସାୟନ ବିଜ୍ଞାନ ବିଭାଗ, ବାଲୁଗାଁ ମହାବିଦ୍ୟାଳୟ
ମୋବାଇଲ ନଂ – 6370208428




