କିଏ ଗଢ଼ିଅଛି ଏ ସାରା ବିଶ୍ୱକୁ
ନଦୀ,ବଣ, ଶ୍ୟାମ ଧରା l
କିଏ ଗଢ଼ିଅଛି ସୁନ୍ଦର ଆକାଶ
ଖଞ୍ଜିଛି ଅସଂଖ୍ୟ ତାରା ll
ବିଶ୍ୱ ସ୍ରଷ୍ଟାଙ୍କର ସୁନ୍ଦର ବିଶ୍ୱକୁ
ମନୁଷ୍ୟ ବିସ୍ମୟେ ଚିନ୍ତି l
ସୃଷ୍ଟିର ରହସ୍ୟ ଜାଣିବାକୁ ଜ୍ଞାନୀ
ସଦା ପ୍ରୟାସୀ ଅଛନ୍ତି ll
ଧରଣୀ ବ୍ୟତୀତ ବିଜ୍ଞାନୀ ମଣିଷ
ବିଶ୍ୱେ ଅଛି ଆଉ କେଣେ l
ସ୍ପୁଟନିକ ଆପୋଲୋ ମଣିଷ ପେଷିଲା
ଅନ୍ତରୀକ୍ଷ ଅନ୍ବେଷଣେ ll
ତାରକା ସନ୍ଧାନେ ନିର୍ମାଣିଲେ ପୁଣି
ବିଶ୍ୱର ବିଜ୍ଞାନୀ ଗଣ l
ମହାକାଶ ଯାନେ ଚଢ଼ି ବୁଲିଗଲେ
ବ୍ୟୋମଚାରୀ ଜଣ ଜଣ ll
ପ୍ରଥମ ମହିଳା ମହାକାଶଚାରୀ
ଭାଲେନ୍ତିନା ତେରେସ୍କୋଭା l
ମହାକାଶେ ଯାଇ ନିରୀକ୍ଷଣ କଲେ
ଗ୍ରହ ନକ୍ଷତ୍ରଙ୍କ ପ୍ରଭା ll
ପଛେ ରହିନାନ୍ତି ବ୍ୟୋମଜାନେ ଗତି
କିନ୍ତୁ ଭାରତର ନାରୀ l
କାଳେ କଲେ ଗତି ବ୍ୟୋମେ ମହାମତି
ଆମ କଳ୍ପନା ସୁନ୍ଦରୀ ll
ରାକେଶ କହିଲେ ସାରା ଭୂମଣ୍ଡଳେ
ଭାରତ ମୋର ସୁନ୍ଦର l
କଳ୍ପନା ଭଉଣୀ କହିଗଲେ ପୁଣି
ଜନ୍ମଭୂମି ନମସ୍କାର ll
ହେ ଭଉଣୀ ତୁମେ ମନେପଡ଼ ଆଜି
ଜନମ ଦିବସେ ଭାରି l
ତାରାଟିଏ ତୁମେ ନଭ ମଣ୍ଡଳରେ
ମହିୟସୀ ନଭଚାରୀ ll
ଅର୍ଜୁନୀ ଚରଣ ବେହେରା
ମୋ – 7693091971




