ଗଜପତି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ମହିଳା ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ: ଓ ସଖୀ ୱାନ ଷ୍ଟପ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମହିଳା ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ତୃତୀୟ ଲିଙ୍ଗି ସମାଜର ଜିଲ୍ଲା ସମ୍ପାଦିକା ଜସ୍ମିନ ସେଖ ଙ୍କ ସହଯୋଗ ଓ ପରିଚାଳନାରେ ଏହି ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଏସ:ଡବ୍ଲ୍ୟୁ:ଡବ୍ଲ୍ୟୁ:ଏସ:- ଟିଆଇ: ପ୍ରକଳ୍ପ ପରିଚାଳିକା ପି: ସୁନିତା ,କାଉନସିଲର ଏ: ମମତା , ଓ:ଆର:ଡବ୍ଲ୍ୟୁ:- ଉର୍ବଶୀ ଜେନା , ସଖୀ ୱାନ ଷ୍ଟପ କେନ୍ଦ୍ରର ସୁନିତା ବେହେରା , ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଗାୟତ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ । ଏହି ମଞ୍ଚାସିନ ଅତିଥି ମାନେ ଉପସ୍ଥିତ ମହିଳା ମାନଙ୍କୁ ମୁଖ୍ୟତଃ ଭାବେ ବାଲ୍ୟ ବିବାହ ନିଷେଧ, ମହିଳା ମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର, ସଶକ୍ତିକରଣ , ହେଲ୍ପ ଲାଇନ-୧୦୯୮ , ଏମ:କେ:ବି:ୱାଇ:, ଶକ୍ତି ସଦନ ଓ ଓ:ଏସ:ସି: ର ସାହାଯ୍ୟ, ନ୍ୟାୟ ଓ ସମ୍ମାନ ଏଭଳି ବିଭିନ୍ନ ବିଷୟ ଉପରେ ସଚେତନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତୃତୀୟ ଲିଙ୍ଗୀ ସମାଜର ସଭାନେତ୍ରୀ ମଧୁ ବରାଡ, ଓ:ଆର:ଡବ୍ଲ୍ୟୁ: ର ଲିନୁ ସୁବୁଦ୍ଧି , ମମତା ପଟ୍ଟନାୟକ , ରମ୍ଭା ଜେନା ଓ ପ୍ରୀୟାଂଶ ଓ ଆଇ:ଏସ:ଆର:ଡି: ସଖୀ-ୱାନ ଷ୍ଟପ କେନ୍ଦ୍ରର ସଦସ୍ୟା ତଥା କାଉନସିଲର ମାନଙ୍କ ସମେତ ୭ ନଂ: ୱାର୍ଡ ର ଗୁନ୍ତୁୱାରୀ ସାହି ଓ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.