ମାଆ ଡୋକରୀ ଲୋକ ମହୋତ୍ସବ ଉଦଘାଟିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଟାପରେଙ୍ଗ ଗଡର ଐତିହ୍ୟ ଓ ପରମ୍ପରା ଖୁବ୍ ପ୍ରାଚୀନ । ଏଇ ମାଟି ର ଇଷ୍ଟ ଦେବୀ ମା ଡୋକରୀ ଙ୍କ ମହିମା ଅପାର ବୋଲି ୨ୟ ବର୍ଷ ମାଆ ଡୋକରୀ ଲୋକ ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜକ କମିଟିର ସଭାପତି ଯୋଗେନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ରାଜା ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ମୁଖ୍ୟ ବକ୍ତା ସାମ୍ବାଦିକ ଓ ସାହିତ୍ୟିକ ହେମନ୍ତ ସାହୁ, ସମ୍ମାନୀତ ଅତିଥି ମ.ରାମପୁର ଖ: ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ମାଣିକେରା ସରପଞ୍ଚ ଫଗୁଣ ଧରୁଆ, ସମାଜସେବୀ ଯୋଗେନ୍ଦ୍ର ସେନାପତି, ଶିକ୍ଷକ ବିଶ୍ବମ୍ବର ନାଏକ, ଅଶୋକ କୁମାର ତରିଆ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଘାସିରାମ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ କୁମୁରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।




