ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଧର୍ମଗଡ଼ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ଳର ସାଙ୍ଗଠନିକ ବୈଠକ ବ୍ଲକ ସଭାପତି ଡାକେ ଲହଜଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର ସିଂ ଦେଓ ଉପସ୍ଥିତ ରହି ସମସ୍ତ ମନୋନୀତ ପଦାଧିକାରୀମାନଙ୍କୁ ସମ୍ମାନିତ କରିଥିଲେ। ଏହି ବୈଠକରେ ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ହୀରା ବାଗ, ଜିଲ୍ଲା ଉପସଭାପତି ଥବିର ସାହୁ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ତିୱାରୀ, ବେଣୁଧର ନାଏକ ଓ ଲବଣୀ ଯାଦବଙ୍କୁ ସମ୍ମାନିତ କରାଯାଇଥିଲା। ଆଗାମୀ SIR ଉପରେ ବିସ୍ତୃତ ଆଲୋଚନା ସହ ପଞ୍ଚାୟତ ଓ ଏନଏସି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ବୈଠକରେ ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ପଞ୍ଚାୟତ ସଭାପତି, ଛାତ୍ର ନେତା ଓ ମହିଳା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଶେଷରେ ସନ୍ତୋଷ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।




