ଶିକ୍ଷୟିତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପାଦେଇପୁର ପଞ୍ଚାୟତ ସ୍ଥିତ ଯୋଡ଼ାବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷୟିତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ମଲ୍ଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜଗଡ଼ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ ଏହି ତାଲିମ ଶିବିରର ଶିକ୍ଷା ଗ୍ରହଣ କରି ଅଭ୍ୟାସ ପୂର୍ବକ ଆବଶ୍ୟକ ପଡ଼ିଲେ କାମରେ ଲଗାଇବାକୁ ପରାମର୍ଶ ଦେଇଥିଲେ।

ଏଥିରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୁଷଣ ସାହୁ, ଗୋବର୍ଦ୍ଧନପୁର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ କୁମାର ଗୌରବ ପରିଡ଼ା, ଲାଞ୍ଜିଗଡରୋଡ ର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶ୍ରବଣ କୁମାର ସରାଫ, ଚମ୍ପାଦେଇପୁର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୌଭାଗ୍ୟ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କାର୍ଯ୍ଯକ୍ରମର ସଂଯୋଜିକା ଧରିତ୍ରି ବିଷୋୟୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଓ ବାରୁଣୀ ବର ରୁଚି ପ୍ରଧାନ ଧନ୍ୟବାଦ୍ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରତି କ୍ଲଷ୍ଟରରୁ ୨ ଜଣ ଲେଖାଏଁ ଶିକ୍ଷୟତ୍ରୀ ଯୋଗ ଦେଇ ତାଲିମ ନେଇଥିଲେ। ପରବର୍ତ୍ତୀ ସମୟରେ ପ୍ରତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଛତ୍ରୀ ମାନଙ୍କୁ ଏହି ତାଲିମ ଦିଆଯିବ ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ମେହେର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟ କ୍ରମରେ ଶିକ୍ଷୟତ୍ରୀ ବନିତା ଧନରା ମାଝୀ, ଲକ୍ଷ୍ମୀପ୍ରିୟା ନାୟକ, କୁନିଲତା ବେହେରା,ପ୍ରୀୟକା ପ୍ରିୟଦର୍ଶିନୀ ସାହୁ, ଜୟଶ୍ରୀ ସ୍ୱାଇଁ, ଅମ୍ରିତା ଧଲ, ସାନିଆ ସେଖେର୍ ବେହେରା, ଜୀବନ ଜିତା ବିଶ୍ଵାଳ, ଦୀପ୍ତି ମୟୀ ନାୟକ, ନିବେଦିତା ସାହୁ, ସୁଚିସ୍ମିତ ବେହେରା, ପ୍ରମିଳା ମାଝୀ, ବାପି ସ୍ମିତା ଛତ୍ରିଆଙ୍କ ସମେତ ମୋଟ ୧୩ଟି କ୍ଲଷ୍ଟର ରୁ ୨୬ ଜଣ ଶିକ୍ଷୟତ୍ରୀ ତାଲିମ ଶିବିରରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.