ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ମୁନିଗୁଡା ଉପକଣ୍ଠ ସଦର ବ୍ଲକ କନକ ପରମେଶ୍ଵରୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ଆଲୁମିନିଅମ ପାଉଡର ବୋଝେଇ ଟ୍ରକ ୩ଟି ଘର ଉପରେ ଓଲଟି ପଡ଼ିଥିବା ବେଳେ ତିନୋଟି ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ଭୋର ସକାଳୁ ଏକ ଆଲୁମିନିଅମ ପାଉଡର ବୋଝେଇ ଟ୍ରକ ବିଶାଖାପାଟଣା ଠାରୁ ଝାରସୁଗୁଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି କେମିତି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସ୍ପଷ୍ଟ ହୋଇ ନଥିବା ବେଳେ ତିନୋଟି ଘରର କାନ୍ଥ ଓ ଛାତର ଆଜବେଷ୍ଟ ଭାଙ୍ଗି ଯାଇଯାଇଛି । ଘଟଣା ସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଜାରି ରଖିଛି ।





