ଶ୍ରୀରାମ ମନ୍ଦିର ରତ୍ନମୂଦ ସ୍ଥାପନ, ପ୍ରତିଷ୍ଠା ଉତ୍ସବ ଏବଂ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀ ରାମ ମନ୍ଦିରର ରତ୍ନମୁଦ ସ୍ଥାପନ, ପ୍ରତିଷ୍ଠା ଉତ୍ସବ ଓ ଷୋହଳ ପ୍ରହରୀ ପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଖଜୁରୀ ବନ୍ଧରୁ ଶତାଧିକ ମହିଳା ସଙ୍କୀର୍ତ୍ତନ୍ୟ ଓ ଘୁଷୁରାମୁଣ୍ଡାର ଘୁମୁରା ବାଦ୍ୟ ସହ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ ପୂଜକ ରୂପେ କାଶୀନାଥ ଦାସ ଓ ସାଥୀ ପୂଜା ଦାୟିତ୍ଵ ନିର୍ବାହ କରୁଛନ୍ତି । କର୍ତ୍ତା ରୂପେ ରାଜୀବ ମହାନ୍ତି, ବିଶ୍ୱବିହାରୀ ଯୋଶୀ, ତରୁଣ ପୋଡ଼, ଚିନ୍ତାମଣି ମହାରଣା, ଭରତ ଦାସ, ନେପାଳ ସାହୁ, କିଶୋର ପୃଷ୍ଟି, ଦିଲ୍ଲୀପ ଦାସ, ସୁମନାନନ୍ଦ ଖମାରୀ, ସୁଧୀର କୁମାର ପାଣି, କୃତିବାସ ଦାସ,ସୁଶିଲ କୁମାର ମହାପାତ୍ର, ମନୋରଞ୍ଜନ ଖମାରୀ, ଭୀଷ୍ମରାଜ ମେହେର, ସୁଧୀର ବେହେରା, ତ୍ରିନାଥ ବାରିକ, ଯଦୁ ସାହୁଙ୍କ ସହ ୨୧ଜଣ କର୍ତ୍ତା ସପତ୍ନିକ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେହିପରି ଷୋହଳ ପ୍ରହର ନାମଯଜ୍ଞରେ କର୍ତ୍ତା ରୂପେ ଭବାନୀ ଶଙ୍କର ଶର୍ମା ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ଵ ନିର୍ବାହ କରୁଛନ୍ତି । ରବିବାର ସୂର୍ଯ୍ୟପୂଜା, ମଣ୍ଡପ ପ୍ରବେଶ, ସୋମବାର ରତ୍ନମୁଦକ, ଧାନଭରଣ, ମଙ୍ଗଳବାର ବିଗ୍ରହ ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ବୁଧବାର ନାମାରମ୍ଭ, ପ୍ରତିଷ୍ଠା ଓ ମନ୍ଦିର ପ୍ରବେଶ, ଗୁରୁବାର ରାମନବମୀ ଉତ୍ସବ ନଗର ପରିକ୍ରମା ଭଳି ବିଭିନ୍ନ ଦିବସରେ ବହୁ କାର୍ଯ୍ୟକ୍ରମମାନ ରହିଛି । ମୁରିବାହାଲ ମଠାଧୀଶ ସାଧୁ ସୁଶୀଲ ଦାସଙ୍କ ନେତୃତ୍ୱରେ ଅଲେଖ ମହିମା ବିଶ୍ଵଶାନ୍ତି ବ୍ରହ୍ମଧୁନି ମହାଯଜ୍ଞ ଅନୁଷ୍ଠିତ ହେବ । ପ୍ରତ୍ୟେହ ସୁଦର୍ଶନ ଦୀପ ଓ ସାଥିଙ୍କ ଦ୍ଵାରା ଭଜନ ସନ୍ଧ୍ୟା, ମୀନା ବଜାର ଓ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଆୟୋଜକ ମୁରିବାହାଲ ସାର୍ବଜନୀନ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା କମିଟି ସଭାପତି ରାଜୀବ କୁଅଁର, ସମ୍ପାଦକ ସୁଧାଂଶୁ ପୋଡ଼ ଯାଦବ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ନାରାୟଣ ସାହୁ, ଉଦିତ କୁମାର କଟା, ହୃଦାନନ୍ଦ ସାହୁ, ଲକ୍ଷ୍ମଣ ମହାରଣା, ବିଦ୍ୟାଧର ଭୋଇ, ଭିକି ମହାରଣା, ତୁଳସୀ ସାହୁ, ବାବୁଲାଲ କେତକି, ଶ୍ୟାମସୁନ୍ଦର ଝାଙ୍କର, ଦିନେଶ ମାହାକୁର, ଶ୍ରୀକାନ୍ତ ଭୋଇ ଓ କରନ ଜାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞରେ ମୁରିବାହାଲ ସମେତ ଆଖପାଖର ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.