ନର୍ଲାରୋଡ କିନ୍ନରଙ୍କ ବହୁଚାରା ପୂଜାର ପୂର୍ଣ୍ଣାହୂତି ପଡିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସେବାକାରୀ କିନ୍ନର ସଂଘର ବହୁଚାରା ପୂଜା ମାର୍ଚ୍ଚ ୨୦ ରୁ ଆରମ୍ଭ ହୋଇଥିଲା। ରବିବାର ଏହାର ପୂର୍ଣ୍ଣାହୂତି ପଡିଛି। କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ଏ ନେଇ ୨୦ ତାରିଖ ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ଶିବ ମନ୍ଦିର ପୁଷ୍କରିଣୀରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ ଘଣ୍ଟା ସମୟରୁ ପୂଜା ଆରମ୍ଭ ହୋଇଥିଲା। ଏଥିରେ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା, ଅଗ୍ନି ସ୍ଥାପନ ହୋମ ପ୍ରଭୃତି ପୂଜନ ବିଧି ଅନୁଷ୍ଠିତ ହୋଇଥିଲା। ୨୧ ତାରିଖ ଦ୍ୱିତୀୟ ଦିନରେ ଚଣ୍ଡିପାଠ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳୁ ଏହାର ପୂର୍ଣ୍ଣାହୁତି ପଡ଼ିଲା। ଅପରାହ୍ନରେ ଏକ ଭବ୍ୟ ପଟୁଆରରେ ଦେବୀଙ୍କ ନଗର ପରିକ୍ରମା ଓ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବହୁଚାରା। ପ୍ରତିବର୍ଷ ଚୈତ୍ର ମାସରେ ନର୍ଲା ସେବାକାରୀ କିନ୍ନର ସଂଘ ତରଫରୁ ମା ବହୁଚାରାଙ୍କ ୧୬ ପୂଜା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଏହା ୧୦ ତମ ବର୍ଷ ଭାବରେ ସେବାକାରୀ କିନ୍ନର ସଂଘ ପୂଜା କରୁଛି ବହୁଚାରା ମାତାଙ୍କ ୧୬ ପୂଜା। ଏଥିପାଇଁ ରାୟଗଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ରାୟପୁର, ମୁମ୍ବାଇ ପ୍ରଭୃତି ସ୍ଥାନରୁ ୧୦୦ ରୁ ଉର୍ଦ୍ଧ୍ୱ କିନ୍ନର ଆସି ନର୍ଲାରୋଡ ପୂଜା ସ୍ଥଳରେ ସମବେତ ହୋଇଥିଲେ। ପ୍ରତ୍ୟହ ସଂଧ୍ୟାରେ ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିିତ ବର୍ଷ ପୂଜା କର୍ତ୍ତା ଭାବରେ ବିନୁ, ଚୁମକି, ରେଖା, ବବଲି ଓ ଅନୁ ଦାଇତ୍ୱରେ ପୂଜା ପରିଚାଳନା କରିଥିଲେ। ପୂଜକ ଭାବରେ ପଣ୍ଡିତ ଜନାର୍ଦ୍ଦନ ପାଢୀ, ସହଯୋଗୀ ପୂଜକ ଭାବରେ ଲମ୍ବୋଦର ପାଢୀ ଓ ଶ୍ରୀଧର ପାଢୀ ପ୍ରମୁଖ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ।

ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜା ଅନୁଷ୍ଠିତ ହୋଇଥିଲା। ଉପସଭାପତି ଦୁର୍ଗା କିନ୍ନର, କୋଷାଧ୍ୟକ୍ଷ ରାଜୁ ଜୁଏଡ, ସମ୍ପାଦକ ଗୋପୀ ସାମଲ, ବରିଷ୍ଠ ସଦସ୍ୟ ବିନୁ, ରୀତା, ବୁଲବୁଲ, ବର୍ଷା, ପାୟଲ, ଗୌରୀ, ମୁସ୍କାନ, ଅନୁ, ମାଧୁରୀ, ଲକ୍ଷ୍ମୀ, ସୌମ୍ୟା, ଉର୍ମି, ଗୁଞ୍ଜନ କିନ୍ନର ପ୍ରମୁଖ ପୂଜା ପରିଚାଳନା କରିଥିଲେ। ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ବହୁ ସଂଖ୍ୟାରେ ପୂଜାରେ ଯୋଗଦାନ କରି ମା ବହୁଚାରାଙ୍କ ଆଶିଷ ଲାଭ କରିଥିଲେ। ଅପରାହ୍ନ ୫ ଟା ବେଳେ ନଗର ପରିକ୍ରମା ସହ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.