‘ସଂସ୍କୃତିର ଜାଗରଣ ଗାଁରୁ ଆରମ୍ଭ’ : ମାଁ ଡୋକରୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାଁ ଡୋକରୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା ରେ ସଂସ୍କୃତି ର ପୁନଃ ଜାଗରଣ ଗାଆଁ ରୁ ଆରମ୍ଭ ହେବା ସହ ଭାରତର ଆତ୍ମା ଗାଁରେ ଥିବା, ହିଁ ଏହି ଲୋକ ମହୋତ୍ସବର ଉଦାହରଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଟାପରେଙ୍ଗ ଗଡର ଇଷ୍ଟ ଦେବୀ ମାଁ ଡୋକରୀଙ୍କ କିମ୍ବଦନ୍ତୀ ଓ ଗାଥା ବହନ କରୁଥିବା ଏହି ଉତ୍ସବ ଆମକୁ ଏକତା ସୂତ୍ର ରେ ବାନ୍ଧି ରଖିବା ପାଇଁ ଏକ ମହନୀୟ ଉଦ୍ୟମ ବୋଲି ୨ୟ ବର୍ଷ ମାଆ ଡୋକରୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଅତିଥି ମାନେ ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଆୟୋଜକ କମିଟିର ସଭାପତି ଯୋଗେନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାମ୍ବାଦିକ ତଥା ଯୁବ ଶିଳ୍ପପତି ପ୍ରଶାନ୍ତ ସାମନ୍ତରା, ମୁଖ୍ୟ ବକ୍ତା ଡଃ କୌତୁକ ପନ୍ଦର, ସମ୍ମାନୀତ ଅତିଥି ସମାଜ କର୍ମୀ ରଶ୍ମି ରଂଜନ ପ୍ରହରାଜ, ଶତ୍ରୁଘନ ମଲ୍ଲିକ, ନାଏବ ସରପଞ୍ଚ ସବିତା ପାତ୍ର, ଯୋଗେନ୍ଦ୍ର ସେନାପତି, ଟଙ୍କଧର ପନ୍ଦର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ପ୍ରତିଦିନ ଭଳି ନୃତ୍ୟ ଉପର ନୂଆ ଗାଆଁର କଳାକାର ମାନଙ୍କ ଦ୍ଵାରା କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା । ଘାସିରାମ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ କୁମୁରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପରେ ଜିଲ୍ଲା ବାହାରୁ ଆସିଥିବା କଳାକାର ଓ ସାଂସ୍କୃତିକ ଦଳ ପକ୍ଷରୁ ଲୋକ ନୃତ୍ୟ ,ଲୋକ ନାଟକ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.