ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଇଁ ଲାଞ୍ଜିଗଡ଼ ଶିକ୍ଷା ବିଭାଗ ପକ୍ଷରୁ ନିମନ୍ତ୍ରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆସନ୍ତା ଏପ୍ରିଲ ୨ରେ ଆୟୋଜିତ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ । ଏଥିପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ସ୍ଥିତ ଚମ୍ପାଦେଇପୁର କ୍ଳଷ୍ଟରର ବିଭିନ୍ନ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ଭର୍ତି ହେବାକୁ ଥିବା ଶିଶୁମାନଙ୍କ ଅଭିଭାବକଙ୍କୁ ଘରେ ଘରେ ପହଞ୍ଚି ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି।
ଶିକ୍ଷାନୀତି ୨୦୨୦ ଅନୁସାରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଛି ଏହି ଶିଶୁ ବାଟିକା ଶ୍ରେଣୀ। ୫ ବର୍ଷ ରୁ୧୮ ବର୍ଷ ମଧ୍ୟରେ ଥିବା କେହି ଯେମିତି ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ନହୁଅନ୍ତୁ ଏନେଇ ଶିକ୍ଷା ନୀତି ଆରମ୍ଭ କରାଯାଇଛି। ଏଥି ପାଇଁ ଆସନ୍ତା ଏପ୍ରିଲ ୨ ଠାରୁ ଆରମ୍ଭ ହେବାକୁ ଥିବା ପ୍ରବେଶ ଉତ୍ସବ ତଥା ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ଲାଞ୍ଜିଗଡ଼ ଗୋଷ୍ଠି ଶିକ୍ଷା ଅଧିକାରୀ ରୁଷିଆ ମେହେର ସହିତ ଚମ୍ପାଦେଇପୁର କ୍ଳଷ୍ଟର ସଂଯୋଜକ ସୌଭାଗ୍ୟ ରଂଜନ ସାହୁ, ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସୁନା, ସୁଶାନ୍ତ ମହାରଣା,ଜି ଶଙ୍କର ଦାସ, କାର୍ତ୍ତିକ ସେଠୀ, କ୍ଷୀରସିନ୍ଧୁ ସାହୁ, ରୁନି ସାହୁ, ତୁନି ଲତା ସ୍ବାଇଁ, ପ୍ରତିମା ସୁନା ବିଶିକେସନ ଦୋରା, ପ୍ରେମ୍ ରାଜ ନାୟକ,ନିତ୍ୟାନନ୍ଦ ସାମଲ, ହରି ଚଣ୍ଡି ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଗାଁଗୁଡିକୁ ଯାଇ ଘରେ ଘରେ ନିମନ୍ତ୍ରଣ ବଣ୍ଟନ କରି ଅଭିଭାବକମାନଙ୍କୁ ଉତ୍ସବରେ ସମ୍ମିଳିତ ହେବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି। ଖଡିଛୁଆଁ ଓ ପ୍ରବେଶ ଉତ୍ସବରେ ନୂତନ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଭର୍ତ୍ତି ହେବା ସହିତ ଶିକ୍ଷାରମ୍ଭ କରିବେ। ବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେର ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.