ନର୍ଲାରୋଡରେ ପ୍ରଥମ ଥର ପାଇଁ ଆଜିଠୁ ଆରମ୍ଭ ହେଉଛି ଦିବାରାତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡରେ ପ୍ରଥମ କରି ଆଜିଠୁ ଆରମ୍ଭ ହେଉଛି ଟି – ୧୦ ଡିବାରାତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ଆଖ ପାଖ ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରୁଥିବା ଜଣାପଡ଼ିଛି। ସର୍ଗିଗୁଡା ରେଳବାଇ କ୍ରିକେଟ କ୍ଲବ ତରଫରୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିବା ବେଳେ କ୍ଲବ ର ସଭାପତି ଓଁ ପ୍ରକାଶ ପୂଝାରୀ ଏଵଂ କମିଟିର ବରିଷ୍ଠ ସଦସ୍ୟ ସିପୁ ଜେନା, ଦେବାର ମାଝୀ, ସୌମ୍ୟ ରଞ୍ଜନ ପରିଡା, ଅନୀଲ ସାହୁ, ବିଜୟ ସାମଲ, ଗଣପତି ଗୌଡ, ହରେକୃଷ୍ଣ ସରାଫ ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିବା ଜଣାପଡିଛି। ପରମାନନ୍ଦ ଗୌଡ, ଗଣପତି ଗୌଡ, ଶଙ୍କର ମାଝୀ ପ୍ରମୁଖ ଆମ୍ପାୟର ଭାବରେ ମ୍ୟାଚ ଗୁଡ଼ିକ ପରିଚାଳନା କରିବେ ବୋଲି ସୂଚନା ମିଳିଛି। ଏହି ଦିବାରତ୍ରୀ ଟୁର୍ଣ୍ଣାମେଣ୍ଟ ଟି ସନ୍ଧ୍ୟା ୭ ଟା ରେ ଆରମ୍ଭ ହୋଇ ରାତି ୧୧ ଟା ଯାଏଁ ଚାଲିବ। ପ୍ରତ୍ୟହ ୩ ଗୋଟି ମ୍ୟାଚ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୯ ରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହେବ। ଚମ୍ପିୟାନ ଏକାଦଶ କୁ ଟ୍ରଫି ସହ ୫୦,୦୦୦ ଟଙ୍କା ଓ ଉପ ବିଜେତା ଟିମ କୁ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ଏଥିରେ ପ୍ରତ୍ୟହ ଖେଳ ଆରମ୍ଭ ପୂର୍ବରୁ ଅଞ୍ଚଳର ସିନିଅର ଖେଳାଳି ମାନଙ୍କୁ ଅତିଥି ଭାବରେ ମଞ୍ଚାସୀନ କରାଯାଇ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ନର୍ଲା ଅଞ୍ଚଳରେ ତ ଆଗରୁ ଅନେକ ଥର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସବୁ ଅନୁଷ୍ଠିତ ହୋଇଛି। ହେଲେ ଫ୍ଲଡ ଲାଇଟ ବ୍ୟବସ୍ଥାରେ ନର୍ଲାରୋଡ ରେଳବାଇ କ୍ରିକେଟ କ୍ଲବ ତରଫରୁ ଦିବାରାତ୍ରୀ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିବାରୁ ମ୍ୟାଚ ଉପଭୋଗ କରିବା ପାଇଁ ଲୋକେ ଉଛୁକତାର ସହିତ ଅପେକ୍ଷା କରି ରହିଥିବା ଜଣାପଡିଛି। ନର୍ଲାରୋଡ ରେ ଆମ କ୍ଲବ ର ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମ ପ୍ରୟାସ। ଅଞ୍ଚଳବାସୀ ସାହାଯ୍ୟ ସହଯୋଗରେ ଏହା ସଫଳ ହେବ ବୋଲି ଆମର ଆଶା ଓ ବିଶ୍ବାସ ବୋଲି ମତବ୍ୟକ୍ତ କରିଛନ୍ତି ଆୟୋଜକ ରେଳବାଇ କ୍ରିକେଟ କ୍ଲବ, ସର୍ଗିଗୁଡାର ସଭାପତି ଶ୍ରୀ ପୁଝାରୀ। ଏହା ସହ ସେ ପରିଚାଳନା କମିଟିର ସମସ୍ତ ସଦସ୍ୟ, କ୍ଲବ ମେମ୍ବର, ସମସ୍ତ କ୍ରିକେଟ ଟିମ ର ଖେଳାଳୀ ଓ ଅଞ୍ଚଳର ଯୁବପିଢିଙ୍କୁ ସହଯୋଗ ପାଇଁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.