ଚୈତ୍ର ପର୍ବ ଭାବ, ଭକ୍ତିର ଏକ ଅନନ୍ୟ ଯାତ୍ରା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମାଆ ଡୋକରୀ ଲୋକ ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଚୈତ୍ର ପର୍ବ ଭାବ ଓ ଭକ୍ତିର ଏକ ମହାନ୍ ଯାତ୍ରା, ଆଦିବାସୀଙ୍କ ଜୀବନ ଓ ଆଧ୍ୟାତ୍ମିକତାର ଫଳ ସ୍ୱରୂପ ଏହି ଯାତ୍ରା ଆମ ପାଇଁ ଏକ ଅନନ୍ୟ ବିଶେଷତ୍ଵ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଟାପରେଙ୍ଗ ଗଡର ଇଷ୍ଟ ଦେବୀ ମା ଡୋକରୀଙ୍କ କିମ୍ବଦନ୍ତୀ ଓ ଗାଥା ବହନ କରୁଥିବା ଏହି ଉତ୍ସବ ଆମକୁ ଏକତା ସୂତ୍ର ରେ ବାନ୍ଧି ରଖିବା ପାଇଁ ଏକ ମହନୀୟ ଉଦ୍ୟମ ବୋଲି ୨ୟ ବର୍ଷ ମାଆ ଡୋକରୀ ଲୋକ ମହୋତ୍ସବ ଉଦଯାପନୀ ଉତ୍ସବର ସାଂସ୍କୃତିକ ସଭା ରେ ଅତିଥି ମାନେ ଆୟୋଜକ ମାନଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ । ଆୟୋଜକ କମିଟିର ସଭାପତି ଯୋଗେନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ମୁଖ୍ୟ ଦିହାରୀ ନାରାୟଣ ପାତ୍ର, ମୁଖ୍ୟ ପୂଜକ ଗଜିନ୍ଦ୍ର ପାତ୍ର, ଧନୀରାମ ପାତ୍ର, ଉପଦେଷ୍ଟା ଯୋଗେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ରେ ଏହି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସର ରେ ଅଞ୍ଚଳ ର ବିଭିନ୍ନ ଗ୍ରାମ ର ପୂଜକ ମାନେ ଉପସ୍ଥିତ ରହି ଥିଲେ। ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ପ୍ରତିଦିନ ଭଳି ନୃତ୍ୟ ଉପର ନୂଆ ଗାଆଁର କଳାକାର ମାନଙ୍କ ଦ୍ଵାରା କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ସହ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ସଦସ୍ୟ କୌତୁକ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ କୁମୁରା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ନୃତ୍ୟ ପ୍ରତିଯୋଗୀ ଙ୍କ ଦ୍ଵାରା ଏକ ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏଥିରେ ବାଲିଗୁଡାର ଆଣ୍ଟି ଭାଇରସ ଦଳ ପ୍ରଥମ, ସଇଁତଳାର ଜେ ଟୁ ଟୁ ଦଳ ଦ୍ୱିତୀୟ ଓ ମୁଚେଲ ପଦର ର ମିଲି ମୁଣ୍ଡା ତୃତୀୟ ସ୍ଥାନ ହାସଲ କରି ଅତିଥି ମାନଙ୍କ ଦ୍ଵାରା ଅର୍ଥରାଶି, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ପୁରସ୍କୃତ ହୋଇଥିଲେ । ବିଚାରକ ଭାବେ ଚିରଞ୍ଜିବୀ ଭୋଇ ଓ ପ୍ରିୟଙ୍କା ଦାୟିତ୍ଵ ନିର୍ବାହ କରିଥିଲେ। ସଭାପତି ଶ୍ରୀ ଧରୁଆ ଉପସ୍ଥିତ ସମସ୍ତଙ୍କୁ ପାଞ୍ଚ ଦିନ ଧରି ସହଯୋଗ ପାଇଁ ସାଧୁବାଦ୍ ଜ୍ଞାପନ କରିଥିଲେ। ବିଳମ୍ବ ରାତି ଯାଏଁ ଏହି ନୃତ୍ୟ ଆସର୍ ଚାଲିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ମହୋତ୍ସବ ପରିଚାଳନା କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ।





