ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଗାଁ ଖେଳ ପଡ଼ିଆରେ ପିଟିସିସି ଆନୁକୂଲ୍ୟରେ ଆୟୋଜିତ ୧ମ ବର୍ଷ ବିଳାସ ନାରାୟଣ ମେମୋରିଆଲ ନକ ଆଉଟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଉଦଯାପନୀ ମ୍ୟାଚରେ ପିଟିସିସି ଛନଛଡ଼ାକୁ ହରାଇ ବାଲିପଟା ଦଳ ଚମ୍ପିୟାନ ହୋଇଥିଲା | ବାଲିପଟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୨ ଉଇକେଟ ହରାଇ ୧୪୮ ରନ କରିଥିଲେ | ପରେ ପିଟିସିସି ଦଳ ୮ ଓଭରରେ ୩ ଉଇକେଟ ହରାଇ ୧୧୦ ରନ କରିଥିଲେ | ପିଟିସିସି ସଭାପତି ସୁଜିତ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ବିଜୁ ଜନତା ଦଳର ସଇଁତଳା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ବୁଡ଼େକ, ବରିଷ୍ଠ ବିଜେଡ଼ି ନେତା ଚନ୍ଦ୍ରବଦନ ପୁରୋହିତ, ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ବାଗ, ସମିତି ସଭ୍ୟା ଦହି ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ଶେଷରେ ପିଟିସିସି ସମ୍ପାଦକ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ | ଅଜିତ ବାଗ, ବିଶ୍ୱଜିତ ଦେଓ, ସଙ୍ଗୀତ ବାଗ, ରାକେଶ ପାତ୍ର, ବୁଲୁ ବାଗ, ମକୁନ୍ଦ ଦେଓ, ଅନିଶ ମହାକୁର, ପ୍ରତ୍ୟୁଷ ବାଗ, ଦୀପକ ବୁଡ଼େକ, ବିଶାଳ, ସୁଶୀଳ, ପପୁନ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |





