ଖୁର୍ସେଲଗୁଡା ଗାଁକୁ ମଦମୁକ୍ତ କରିବା ନେଇ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦିର୍ଘ ଦିନରୁ ଗାଁରେ ବେଆଇନ ଭାବେ ମଦ ରନ୍ଧା ଓ ବିକ୍ରୀ ଚାଲିଆସିଛି। ଯାହା ଫଳରେ ଗାଁରେ ଅନେକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହିତ ବିଶୃଙ୍ଖଳା ଦେଖାଦେଉଛି। ଗାଁର ଅନେକ ଲୋକ ପଥଭ୍ରଷ୍ଟ ହେଉଛନ୍ତି। ଏହାକୁ ନେଇ ବୁଧବାର କୋକସରା ବ୍ଲକ ଟେମରା ଗ୍ରାମ ପଞ୍ଚାୟତର ଖୁର୍ସେଲଗୁଡା ଗ୍ରାମ କୁ ମଦମୁକ୍ତ କରିବା ପାଇ ଗ୍ରାମର ମା’ ବାସ୍ତରେନ ମାଉଲି ଯୁବ ଅନୁଷ୍ଠାନ, ମହିଳା ସଂଗଠନ ଓ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି। ଏବଂ ଗାଁ କୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ନେଇ ଆଲୋଚନା ହୋଇଛି। କ୍ଷିରସିନ୍ଧୁ ଛତ୍ରିଆଙ୍କ ସଭାପତିତ୍ୱର ଅନୁଷ୍ଠିତ ବୈଠକରେ କୋକସରା ଥାନାର ଏସ୍ଆଇ ରଶ୍ମି ରଞ୍ଜନ ବାଗ, ଟେମରା ସରପଞ୍ଚ କ୍ଷୀତିରାମ ପାତ୍ର ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ସହିତ ଆଲୋଚନାରେ ଭାଗ ନେଇଥିଲେ। ଏବଂ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ସହଯୋଗ କରିବା ପାଇଁ କହିଥିବା ଜଣାପଡ଼ିଛି। ଅନ୍ୟ ମାନଙ୍କ ମଧ୍ୟରେ ଯୁବକ ସଂଘ ର ସଭାପତି ଦିପକ କୁମାର ପୁଝାରୀ, ସମ୍ପାଦକ ଦିବାକର ପୁଝାରୀ, ନାରୀ ସଂଗଠନ ନାରିନେତ୍ରୀ ସରସ୍ୱତୀ ପୁଝାରୀ, ସମ୍ପାଦିକା ଭୁମୀସୁତା ବେହେରା, ସୋମନାଥ ସାହୁ, ୱାର୍ଡ ସଭ୍ୟ କେଶରୀ ପୁଝାରୀ, ବାସନ୍ତୀ ପୁଝାରୀ, ଶ୍ୟାମସୁନ୍ଦର ପାଲି, ଇଶ୍ଵର ବେହେରା, ଲିଙ୍ଗରାଜ ଲଦୁଆ ସମେତ ଗ୍ରାମର ଅନେକ ଯୁବକ, ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.