କବିତା: ନମସ୍ତୁତେ ମହାଗୌରୀ

ନମସ୍ତୁତେ ମହାଗୌରୀ ଶୁଭ ଗୌରଅଙ୍ଗୀ l
ଶୁଭ୍ର ବର୍ଣ୍ଣେ ଶୁଭ୍ର ବସ୍ତ୍ରେ ମହାଦେବ ସଙ୍ଗୀ ll
ବିଦ୍ୟୁତର କାନ୍ତି ସମ ଝଟକେ ତୋ ଆଭା l
ଶିବଙ୍କ ମନ ମୋହିନୀ ତୁ ଅମ୍ବିକେ ଶିବା ll
ବୃଷଭ ବାହନୀ ମାତେ ଶୁଭ୍ର ତ୍ରି ନୟନୀ l
ଚତୁର୍ଭୁଜା ଗୌରୀ ମାତ ତ୍ରିଶୂଳଧାରିଣୀ ll
ମହାମାୟୀ ମାହେଶ୍ୱରୀ ତୁ ଅମ୍ବିକା ଉମା l
ନମସ୍ତେ ହଇମବତୀ ହିମାଳୟ ଜେମା ll
ନମସ୍ତେ ମଇନାଦେବୀ ଆଦର କିଶୋରୀ l
ନମସ୍ତେ କୈଳାଶ ପତି ଚନ୍ଦର ଚକୋରୀ ll

ନମସ୍ତେ ସ୍କନ୍ଧ ଜନନୀ ନମଃ ଜଗଦ୍ଧାତ୍ରୀ l
ଜଗତ ଜନନୀ ମାତେ ସର୍ବ ସିଦ୍ଧିଦାତ୍ରୀ ll
ଜୟ ଜୟ ମାଆ ଭଵ ଭୟ ଵିଭଞ୍ଜନୀ l
ଗଜାନନ ମାତା ସର୍ବ ସଙ୍କଟ ତାରିଣୀ ll
ଶରଣ ପଶିଲେ ମାତ ତୋ ପଦକମଳେ l
ନାଗ ନର ଗନ୍ଧର୍ବଙ୍କୁ ମୁକ୍ତିଦେଉ ହେଳେ ll
ନମସ୍ତେ ମାଁ ଦୟାମୟୀ ପଦରେ ଦୟିନୀ l
ଦୟା ରଖିଥାଅ ସଦା ସୁତେ ନାରାୟଣୀ ll

ଅର୍ଜୁନୀ ଚରଣ ବେହେରା
ମୋ – 7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.