ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ବୈଷ୍ଣବୀ ଧାମରେ ଗତ ୧୯ ମାର୍ଚ୍ଚରୁ ଚାଲିଛି ଚୈତ୍ର ନବରାତ୍ର ପୂଜା। ହାଡୋଡିଆ ପରିବାରର ସଦସ୍ୟ ଅନୀଲ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଏହାର ସୁପରିଚାଳନାରେ ଲାଗି ପଡିଛନ୍ତି। ୧୯୮୮ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ନୀରବଚ୍ଛିନ୍ନ ଭାବରେ ମାଆ ବୈଷ୍ଣବୀଙ୍କ ଧାମ ରୁପ୍ରାରୋଡରେ ଦଶହରା ଓ ଚୈତ୍ର ମାସରେ ଅନୁଷ୍ଠିତ ହୋଇ ଆସୁଛି ନବରାତ୍ରୀ ପୂଜା। ଗତ ୧୯ ମାର୍ଚ୍ଚ ରୁ ଚାଲିଛି ବାସନ୍ତିକ ଚୈତ୍ର ନବରାତ୍ରୀ ପୂଜା। ୧୮ ରେ ସାନ୍ଦୁଲ ନଦୀ ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୁର୍ଗା ମନ୍ଦିର ରେ କଳସ ସ୍ଥାପନ ପରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଚାଲିଛି ମାଆ ଙ୍କ ପୂଜା ଓ ହୋମ ଯଜ୍ଞ। ଚୈତ୍ର ଶୁକ୍ଳ ପ୍ରତିପଦା ମାର୍ଚ୍ଚ ୧୯ ଗୁରୁବାର ଦିନ ଠୁଁ ମାଆ ବୈଷ୍ଣବୀ ଙ୍କ ସ୍ଵତନ୍ତ୍ର ପୂଜା ସହ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ମା ଜଗତଜନନୀ। ଚୈତ୍ର ନବରାତ୍ରୀ ବସନ୍ତିକ ପୂଜା ପାଇଁ ଚଳ ଚଞ୍ଚଳ ହୋଇଉଠିଛି ରୁପ୍ରାରୋଡ। ପ୍ରତ୍ୟହ ମଙ୍ଗଳ ଆଳତି, ଚଣ୍ଡିପାଠ, ସୂର୍ଯ୍ୟପୂଜା, ଗ୍ରହପୂଜା ଓ ହୋମ ଚାଲିଛି। ଆସନ୍ତା କାଲି ମାର୍ଚ୍ଚ ୨୭ ସକାଳେ କୁମାରୀ କନ୍ୟା ପୂଜନ ଓ ପୂର୍ଣ୍ଣାହୁତି ହୋମ ହେବ। ଏହାସହ ସାମୁହିକ ପ୍ରସାଦ ସେବନ(ଭଣ୍ଡାରା) କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିରେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ସୁରେନ୍ଦ୍ର ଶାର୍ମା ଦେବୀଙ୍କ ନବରାତ୍ରୀ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ହାଡୋଡିଆ ପରିବାର ର ଭକ୍ତ ସରୋଜ ଦେବୀ ଅଗ୍ରୱାଲ ଓ ସାଗରମଲ ଅଗ୍ରୱାଲ ଦମ୍ପତି କର୍ତ୍ତା ଭାବରେ ଦାୟୀତ୍ୱ ନିର୍ବାହନ କରୁଛନ୍ତି। ପ୍ରତ୍ୟହ ସାନ୍ଧ୍ୟ ଆଳତି ଓ ହୋମ ସମୟରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି।





